www.samajalive.in
Saturday, December 13, 2025
21.1 C
Bhubaneswar

ଆରଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର, କୂଳ ଲଂଘିଲା ବୈତରଣୀ

ଆରଡି: ବୈତରଣୀ ଉପର ମୁଣ୍ଡରେ ବନ୍ୟାଜଳ ବୃଦ୍ଧି ସାଙ୍ଗକୁ ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ଧର୍ମଶାଳା ବ୍ଲକ ଦେଉଳି ଗ୍ରାମ ନିକଟସ୍ଥ ପ୍ରଭୁ ଗୋକର୍ଣଶ୍ୱର ଶିବ ମନ୍ଦିର ଭିତରେ ବନ୍ୟାପାଣି ପଶିଯାଇଛି। ଏପରିକି ବୈତରଣୀ ନଦୀର ଏପରି ଭାବେ ଜଳ ସ୍ତର ବୃଦ୍ଧି ପାଇଛି ନଦୀ କୂଳ ଲଙ୍ଘି ଜନବସତି ଆଡକୁ ବନ୍ୟା ପାଣି ମାଡି ଚାଲିଛି। ଏପରିକି ଆଖଣ୍ଡଳମଣି-ଯାଜପୁର ଜାତୀୟ ରାଜପଥର ଷାଠିବାଙ୍କୁଡା ଓ ବୋଡକ ନିକଟରେ ବନ୍ୟାପାଣି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ ହୋଇଯାଇଛି। ବିଶେଷକରି ଷାଠିବାଙ୍କୁଡା ସମେତ ମୁଆଁ, ଶୀତଳପୁର, ବୋଡକ, ଦୋହରାପାଟଣା ଆଦି ୬ଟି ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୃବଳ ଥିବାରୁ ଘାଇ ହେବାର ଆଶଙ୍କା ରହିଛି ବୋଲି ନଦୀକୂଳିଆ ପ୍ରକାଶ କରିଛନ୍ତି। ଏପରି ନଦୀବନ୍ଧ ଦୃବଳ ରହିଥିବା ସ୍ଥାନରେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ତରବରିଆ ଭାବେ ବାଲିବସ୍ତା ପକାଯାଉଥିବା ଅଭିଯୋଗ କରିଛନ୍ତି ବୋଡକ ଓ ଷାଠିବାଙ୍କୁଡା ଗାଁର ଲୋକମାନେ। ସେହିପରି ବୈତରଣୀରେ ଅତ୍ୟଧିକ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବୋଡକ ନିକଟରେ ପ୍ରାୟ ୫୦ଫୁଟ ନଦୀବନଯଦର ଘଳିଆ ସୃଷ୍ଟି ହୋଇଥିଲା। ତାହାକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଶହଶହ ବାଲି ବସ୍ତା ପକାଯାଇ ବନ୍ଦ କରାଯାଇଥିଲେ ମଧ୍ୟ ସେଠାରେ ଏବେ ସୁଧା ପାଣିଝର ପଡିଛି। ଏପରିକି ଗୁରୁବାର ଦିନତମାମ ନଦୀବନ୍ଧରେ ନଈକୂଳିଆ ଲୋକ ଜଗି ରହିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ବନ୍ୟାଜଳ ଦୃତଗତିରେ ପ୍ରବାହିତ ହେଉଥିବାରୁ ଗୁରୁବାର ଆରଡି ସମେତ ୪ଟି ପଞ୍ଚାୟତର ୨୪ଖଣ୍ଡ ଗାଁର ହାଜରହଜାର ଏକର ଚାଷଜମିକୁ ଜଳମଗ୍ନ କରିଛି। ସେହିପରି ବୋଡକ, ମୁଆଁ, ସନ୍ତରା ଆଦି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ବହୁ ଘର ବନ୍ୟା ଘେରରେ ରହିଛି। ଅନ୍ୟପଟେ ଗୁରୁବାର ୨ଥର ପାଇଁ ଆରଡିପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣଙ୍କ ମନ୍ଦିର ଗର୍ଭଗୃହରେ ପାଣି ଝର ପଡିବାରୁ ମଣିବାବାଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯାଇଛି। ଏପରି ସମସ୍ୟାକୁ ଦୂରିଭୁତ ପାଇଁ ପ୍ରାଶାସନ ପକ୍ଷରୁ ୨୪ଘଣ୍ଟିଆ ମଟର ଚାଳିତ ପମ୍ପ ଦ୍ୱାରା ମନ୍ଦିର ଗର୍ଭଗୃହରୁ ଜଳ ନିଷ୍କାସନ କରାଯାଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories