www.samajalive.in
Monday, December 8, 2025
24.1 C
Bhubaneswar

ମାତିଛନ୍ତି ସାଇବର ହ୍ବାଟସଆପ ଲୁଟେରା: କେବିସି ନାଁରେ କରୁଛନ୍ତି ଠକେଇ, ଆଦିବାସୀ ଯୁବକଙ୍କଠୁ ଠକି ନେଲେ ୪୧ ହଜାର ଟଙ୍କା

ମାଲକାନଗିରି: ମାତିଛନ୍ତି ସାଇବର ଲୁଟେରା। ନୂଆ ନୂଆ ତରିକାରେ ନିରୀହ ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ମୋଟା ଅଙ୍କର ଅର୍ଥ । ଏବେ ମୋବାଇଲ ହ୍ବାଟସଆପରେ ନିରୀହ ଲୋକଙ୍କ ସରଳତାର ଫାଇଦା ଉଠାଇ ନେଇ ଅର୍ଥ ଗାଏବ କରୁଛନ୍ତି ଦୁବୃର୍ତ୍ତ । କେବିସି ନାଁରେ ଆଦିବାସୀ ଯୁବକଙ୍କ ଠାରୁ ଠକି ନେଇଗଲେ ୪୧ ହଜାର ଟଙ୍କା । ଏମିତି ଠକାମୀର ଶିକାର ହୋଇଛନ୍ତି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ କନ୍ଧଆଟାଳଗୁଡା ଗାଁର ଆଦିବାସୀ ଯୁବକ ସାହେବ ପାଙ୍ଗି ।

ଗତ କିଛି ଦିନ ତଳେ ସାହେବଙ୍କ ମୋବାଇଲରେ କେବିସି ନାଁରେ ଏକ ମେସେଜ ଆସିଥିଲା । ଏଥିରେ ତାଙ୍କ ମୋବାଇଲ ହ୍ବାଟସଆପରେ ଲଟେରୀ ଦେବାକୁ ପ୍ରବର୍ତ୍ତାଇଥିଲା ଠକ । କେବିସିରୁ ୨୫ ଲକ୍ଷ ଟଙ୍କା ଲଟେରୀ ମଞ୍ଜୁର ହୋଇଥିଲା ସାହେବଙ୍କୁ କହିଥିଲା ଠକ । ଅଭାବ ଅନଟନ ଯୋଗୁ ହୁଏତ ଅର୍ଥ ମିଳିଗଲେ ଘରର ସମସ୍ୟା ଦୂର ହୋଇଯିବ ଏହି ଆଶାରେ ବାପାଙ୍କ ନାଁରେ ମଞ୍ଜୁର ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ପରଧି ବିଲ ଅର୍ଥକୁ ନେଇଯାଇଥିଲେ ସାହେବ । ୫୦ ହଜାର ଟଙ୍କା ବାନ୍ଧିଲେ ସମସ୍ତ ଅର୍ଥ ଆସିଯିବ ବୋଲି ଠକର ପ୍ରରୋଚନାରେ ପଡି ୪ କିସ୍ତିରେ ୪୧ ହଜାର ଟଙ୍କା ଠକ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ ସାହେବ। କିନ୍ତୁ ସପ୍ତାହ ବିତିଯାଇଥିଲେ ବି କୈଣସି ଅର୍ଥ ଆସି ନ ଥିଲା । ପୁଣି ବାରମ୍ବାର ହ୍ବାଟସଆପରେ କଲ କରି ଆହୁରି ଅର୍ଥ ବାନ୍ଧିବାକୁ ଠକ କହିଥିଲା । ଅର୍ଥ ନ ଥିବାରୁ ଆଉ କିଛି କରି ନ ପାରି ଚୁପ୍ ହୋଇପଡିଥିଲେ ସାହେବ। ସମସ୍ତ ଅର୍ଥ ପୈଠ ନ କଲେ ଆଗରୁ ଦେଇଥିବା ଅର୍ଥ ସହିତ ଲଟେରୀ ବି ମିଳିବ ନାହିଁ ବୋଲି ଆଦିବାସୀ ଯୁବକଙ୍କୁ ଚେତାବନୀ ଦେଉଛି ଠକ । ଏପଟେ ଗରିବ ଶ୍ରେଣୀର ପରିବାର ହୋଇଥିବାରୁ ଆବାସ ଗୃହ ଟଙ୍କା ପୁଅ ବାନ୍ଧିଦେବା ପରେ ଘରର ଅନ୍ୟ କାମ ବନ୍ଦ ହୋଇଯାଇଥିବା କହିଛନ୍ତି ସାହେବଙ୍କ ବାପା ଦୟା ପାଙ୍ଗି । ଏହାସହିତ ଗାଁର ସମସ୍ତଙ୍କୁ ଏପରି ମେସେଜ ଆସିଥିବାରୁ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି । ବାରମ୍ବାର ମାଲକାନଗିରି ଜିଲାରେ ସାଇବର ଠକଙ୍କ ଦୌରାମ୍ୟ ବଢିବାରେ ଲାଗିଛି। ନିରୀହ ଲୋକଙ୍କୁ ଲୋଭ ଦେଖାଇ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ଦୁବୃର୍ତ୍ତ। ଏଥିପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories