www.samajalive.in
Monday, December 8, 2025
27.1 C
Bhubaneswar

ପୁଣି କଲମପୁରରେ ଦୁଇ କରୋନା ଆକ୍ରାନ୍ତଙ୍କ ଚିହ୍ନଟ

କଲମପୁର: କରୋନା ବଳୟରେ ଏବେ କଳାହାଣ୍ଡି। ରିତିମତ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସମଗ୍ର ୧୩ ଗୋଟି ବ୍ଲକକୁ ପ୍ରସାର ହେଇ ସାରିଛି କରୋନା ଭୂତାଣୁ। ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ ନେଇ ଆଶଙ୍କା ଥିଲେ ମଧ୍ୟ କିଛି ବ୍ୟକ୍ତି ବିଶେଷ ବେଖାତିର କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି। ବୁଧବାର ଚିହ୍ନଟ ହେଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଲମପୁର ବ୍ଲକ ଅଂଚଳରେ କାର୍ଯ୍ୟରତ ଦୁଇ ଜଣ ମହିଳା କର୍ମଚାରୀ କରୋନା ଭୁତାଣୁରେ ସଂକ୍ରମିତ ହେଇଥିବା ସୁଚନା ମିଳିଛି। ଏହି ଦୁଇ ଜଣ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ। ଦୁଇଜଣ କର୍ମଚାରୀଙ୍କ ମଧ୍ୟରୁ ଜଣକ ଧର୍ମଗଡରୁ ଯାତାୟତ କରି କାର୍ଯ୍ୟ ସମ୍ପାଦିତ କରୁଥିବା ବେଳେ ଅନ୍ୟ ଜଣକ ଭବାନିପାଟଣାରୁ ଯାତାୟତ କରି କାର୍ଯ୍ୟ ସମ୍ପାଦିତ କରୁଥିଲେ। ଗତ କିଛି ଦିନ ମଧ୍ୟରେ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ ଅନ୍ୟ କୌଣସି ସହକର୍ମୀଙ୍କ ସଂସ୍ପର୍ଶରେ ଆସିନଥିଲେ। ଭବାନିପାଟଣାରୁ ଆସିଥିବା କର୍ମଚାରୀ ଜଣକ ନିକଟରେ କୌଣସି ଏକ ସଂପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟରୁ ସେ ସଂକ୍ରମିତ ହେଇଥିବା ଆଶଙ୍କା କରାଯାଉଛି। ସେହିଭଳି ଧର୍ମଗଡରୁ ଯାତାୟତ କରୁଥିବା କର୍ମଚାରୀ ଜଣକ ମଧ୍ୟ ସେହି ଅଂଚଳରୁ ସଂକ୍ରମିତ ହେଇଥିବା ସୁଚନା ମିଳିଛି। ଉଭୟ ଆକ୍ରାନ୍ତ ଚିହ୍ନଟ ହେବା ପରେ କଲମପୁର ଅଗ୍ନିଶମ ବିଭାଗ ତରଫରୁ ମହିଳା କର୍ମଚାରୀ ମାନେ ନିୟୋଜିତ ଥିବା କାର୍ଯ୍ୟାଳୟକୁ ବିଶୋଧିତ କରାଯାଇଛି। ଅନ୍ୟପଟେ ଉଭୟ ଆକ୍ରାନ୍ତ ନିଜ ନିଜ ଘରେ ସଙ୍ଗରୋଧ ଭାବେ ରହି ଚିକିତ୍ସିତ ହେବେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories