www.samajalive.in
Tuesday, December 9, 2025
16.1 C
Bhubaneswar

ବିପଦ ପାଲଟିଛି ଅନ୍ଧାରୀନାଳ, ବୈଶିଙ୍ଗା-ବଡସାହି ଯୋଗାଯୋଗ ବିଛିନ୍ନ

ବେତନଟୀ: ଲଘୁଚାପ ଜନିତ ଲଗାଣ ବର୍ଷା ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଗୋରୁଗାଇ ତଥା ବ୍ୟବସାୟୀଙ୍କ ନିମନ୍ତେ ବିପଦ ସୃଷ୍ଟି କରିଛି। ଲଗାଣ ବର୍ଷା ଫଳରେ ଗତ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବୈଶିଙ୍ଗା-ବଡସାହି ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଥିବା ବେଳେ ୨୫ ତାରିଖରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ବେହାଲ ସୃଷ୍ଟି କରିଛି। ଫଳରେ ବେତନଟୀ ବ୍ଲକର ପାଟଳିପୁରା ପଞ୍ଚାୟତ ଅତିକ୍ରମ କରି ବହି ଯାଇଥିବା ବୁଢାବଳଙ୍ଗ ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ୨୬ତାରିଖ ବୁଧବାର ସକାଳୁ ଗଣ୍ଡବାଙ୍କ ଛକ ନିକଟରେ ବହିଯାଇଥିବା ଅନ୍ଧାରୀନାଳ ଉପରେ ବିଜୁସେତୁ ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ରହିଯିବା ଫଳରେ ଅନ୍ଧାରୀନାଳ ମିଶିଥିବା ବୁଢାବଳଙ୍ଗ ନଦୀରେ ବନ୍ୟା ଅସିବା ଫଳରେ ବନ୍ୟାଜଳ ତଳକୁ ନଯାଇ ଉପରପଟେ ଅର୍ଥାତ ଗଣ୍ଡବାଙ୍କଛକ ନିକଟରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ରାସ୍ତା ଉପରେ ଏବେ ୫ରୁ୬ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇ ଉଭୟପଟରୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି।

ଲଘୁଚାପ ଜନିତ ବର୍ଷା ଲୋକମାନଙ୍କୁ ବ୍ୟତିବ୍ୟସ୍ତ କରିବା ସହିତ ଘରୁ ବାହାରକୁ ଯିବାକୁ ଦେଉନଥିବା ଜଣାଯାଇଛି। ପାଟଳିପୁରା ପଞ୍ଚାୟତର ଖଣ୍ଡଦେଉଳା, ନାଖରା, ମଧୁନଣ୍ଡା, ଡେଁଫୌଦା, ଦେଓପଡା, ଗଣ୍ଡବାଙ୍କସାହି, ପ୍ରତିମାଦେଇପୁର, ପାଟଳିପୁରା, ବେଲାଣପୁରା, କାଠପାଳ, ଦାରିହା, ସିଙ୍ଗଲାମୁଣ୍ଡୁଳି, ଇତ୍ୟାଦି ୧୨ଟି ଗ୍ରାମର ସାଧାରଣ ଜନତା ଏବେ ଜଳବନ୍ଦୀରେ ରହିଥିବା ଜଣାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୁଢାବଳଙ୍ଗ ବଢିବାରେ ଲାଗିଛି। ବନ୍ୟା ପ୍ଳାବିତ ଗ୍ରାମଗୁଡିକ ଏବେ ଭାଗଭାଗ ହେବାରେ ଲାଗିଛି। ବନ୍ୟାଜଳ ବଢିବାକୁ ଲାଗିବା ଫଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ସ୍ମୃତିରଞ୍ଜନ ମଲ୍ଲିକ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories