www.samajalive.in
Monday, December 8, 2025
20.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର : ଥାନାରେ ମାମଲା ରୁଜୁ, ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ନୂତନ ରେକର୍ଡ ସୃଷ୍ଟି କରୁଥିବା ବେଳେ ପ୍ରଶାସନ ତରଫରୁ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ଏବେ ନିଗମ ଅଞ୍ଚଳରେ ବ୍ୟାପକ ସର୍ଭିଲାନ୍ସ ଓ ଅନ୍ୟାନ୍ୟ ଉପାୟ ପ୍ରଶାସନ ତରଫରୁ ଅବଲମ୍ବନ କରାଯାଉଛି। କିନ୍ତୁ ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ସ୍ୱାସ୍ଥ୍ୟ ବିଭାଗର ସର୍ଭିଲାନ୍ସ ଦଳ ଜଣେ କରୋନା ରୋଗୀଙ୍କ ଘର ଓ ଆଖପାଖ ଅଞ୍ଚଳକୁ ଯାଞ୍ଚ ପାଇଁ ଯାଇଥିବା ବେଳେ ସଂକ୍ରମିତଙ୍କ ଜଣେ ପଡୋଶୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବ୍ୟାପକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବା ପାଇଁ ଧମକଚମକ ଦେଇଥିବାର ଏକ ଭିଡିଓ ଭାଇରାଲ ହୋଇଯାଇଥିଲା।

ସେହି ସମୟରେ କରୋନା ଯୋଦ୍ଧା ମାନେ ଟାଉନ ଥାନାକୁ ଫୋନ ମାଧ୍ୟମରେ ଜଣାଇଥିବା ବେଳେ କିନ୍ତୁ ତୁରନ୍ତ ବିହିତ ପଦକ୍ଷେପ ନିଆ ନ ଯିବାରୁ ସ୍ୱାସ୍ଥ୍ୟ ଦଳ ବାଧ୍ୟ ହୋଇ ଅଞ୍ଚଳରୁ ଫେରି ଆସିଥିଲା। ଏହି ଘଟଣା ପରେ ସୋମବାର ଜେପିଏମରେ ନିଯୁକ୍ତ ସ୍ୱାସ୍ଥ୍ୟ କମୀ ସୁରଜ କୁମାର ବଖରାଙ୍କ ଅଭିଯୋଗ କ୍ରମରେ ବିଭିନ୍ନ ମହଲରୁ ଚାପ ହେବା ପରେ ପୁଲିସ ବାଧ୍ୟ ହୋଇ ମାମଲା ନଂ ୩୧୪/୨୦୨୦ ରୁଜୁ କରିଥିଲା। ତେବେ ଘଟଣା ଘଟିବାର ପ୍ରାୟ ୨୪ ଘଣ୍ଟା ବିତିଯିବା ସତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସବୁ ମହଲରୁ ପୁଲିସ ଉପରେ ଚାପ ପଡିଥିଲା।

- Advertisement -

ଏଣୁ ବାଧ୍ୟ ହୋଇ ଭିଡିଓରେ ଗାଳିଗୁଲଜ କରୁଥିବା ତଅଁଳାପଡା ନିବାସୀ ବ୍ୟକ୍ତି ପଙ୍କଜ କୁମାର ଦାସଙ୍କୁ ବୁଧବାର ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ମାନ୍ୟବର କୋର୍ଟ ଅଭିଯୁକ୍ତ ଦାସଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ଅନ୍ୟ ପଟରେ ଏହି ମାମଲାରେ ଅଧିକ ତଦନ୍ତ ପୁଲିସ ଜାରି ରଖିଛି ବୋଲି କହିଛି। ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ମଧ୍ୟରେ ଭୟର ସହିତ ଅସନ୍ତୋଷ ଦେଖାଯାଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories