ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟରେ ହେବ ନିଟ୍ ଓ ଜେଇଇ ପରୀକ୍ଷା । ଦେଶର ଅନେକ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ ସତ୍ତ୍ବେ ନିଜ ନିଷ୍ପତ୍ତିରେ ଅଟଳ ରହିଛି ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି(NTA) । ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଜେଇଇ ଓ ନିଟ୍ ପରୀକ୍ଷା ହେବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଛି । ସେପ୍ଟେମ୍ବର ୧୩ରେ ହେବ ନିଟ୍, ସେପ୍ଟେମ୍ବର ୧ ଓ ୬ରେ ହେବ ଜେଇଇ ପରୀକ୍ଷା। ଏନେଇ ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାସହ ଜେଇଇ ମେନ୍ ପାଇଁ ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଥିବା ବେଳେ ନିଟ୍ ପାଇଁ ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଥିବା ଜଣାପଡିଛି।
ନିର୍ଦ୍ଧାରିତ ସମୟରେ ହେବ ନିଟ୍ ଓ ଜେଇଇ ପରୀକ୍ଷା
Popular Categories



