www.samajalive.in
Monday, December 8, 2025
13.1 C
Bhubaneswar

ପ୍ୟାକ୍ସ/ଲ୍ୟାମ୍ପସ୍‌ର ଭିତ୍ତିଭୂମି ବିକାଶ କରାଯିବ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ପ୍ରାଥମିକ କୃଷି ସମବାୟ ସମିତି/ଲ୍ୟାମ୍ପସ୍‌ ପକ୍ଷରୁ ରାଜ୍ୟର ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଖରିଫ ଓ ରବିଧାନ, ଡାଲି ଏବଂ ତୈଳବୀଜ ସଂଗ୍ରହ କାର୍ଯ୍ୟ ସମେତ ସାର, ବିହନ, ଫସଲ ଋଣ ଆଦି ବିବିଧ କାର୍ଯ୍ୟ କରାଯାଉଥିବା ପରିପ୍ରେକ୍ଷୀରେ ଏଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ କରାଯିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଚାଷୀମାନଙ୍କୁ ସୁବିଧାରେ ସାର ଓ ବିହନ ଆଦି ଯୋଗାଇଦେବା ସହିତ ଆନୁଷଙ୍ଗିକ ସେବା ପ୍ରଦାନ ନିମନ୍ତେ ପ୍ୟାକ୍ସ/ଲ୍ୟାମ୍ପସ୍‌ଗୁଡ଼ିକରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣର ଆବଶ୍ୟକତା ରହିଛି। ଯେଉଁ ପ୍ୟାକ୍ସ/ଲ୍ୟାମ୍ପସରେ ଗୋଦାମ ଗୃହ ନାହିଁ, ସେଠାରେ ଗୋଦାମ ଗୃହ ନିର୍ମାଣ କରାଯିବ। ଆଜି ଆୟୋଜିତ ଏକ ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦେଇ କହିଥିଲେ ଯେଉଁସବୁ ପ୍ୟାକ୍ସ/ଲ୍ୟାମ୍ପସ୍‌ର ନିଜସ୍ୱ ଜମି ରହିଛି ଏବଂ ଗୋଦାମ ଗୃହ ନିର୍ମାଣ ନିମନ୍ତେ ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ନିକଟରେ ଆବଶ୍ୟକୀୟ ଅର୍ଥ ରହିଛି, ସେସବୁ ସ୍ଥାନରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯିବ। ଏ ସଂପର୍କରେ ଏକ ଡାଟାବେସ୍‌ ଆସନ୍ତା ୧୫ ଦିନ ପଧ୍ୟରେ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ  ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ୟାକ୍ସ/ଲ୍ୟାମ୍ପସଗୁଡ଼ିକରେ ସାର ଓ ବିହନ ମହଜୁଦ ରଖିବା ପାଇଁ ୫୦ ଟନ୍‌ କ୍ଷମତା ବିଶିଷ୍ଟ ୨ଟି ଲେଖାଏଁ ଗୋଦାମ ଗୃହ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନିର୍ମାଣର ପ୍ରସ୍ତାବ ରହିଛି। ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ନିକଟରେ ଉପଲବ୍ଧ ଅର୍ଥରୁ ଏହି ଗୋଦାମ ଗୃହ ନିର୍ମାଣ କରାଯିବ । ଏଥି ପାଇଁ ପ୍ରତ୍ୟେକ ଗୋଦାମ ଗୃହର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ । ନିର୍ଦ୍ଦିଷ୍ଟ ସପୟସୀମା ପଧ୍ୟରେ ଗୋଦାମ ଗୃହ ନିର୍ମାଣ ଓ ଏହାର ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

- Advertisement -

ଭର୍ଚୁଆଲ୍‌ ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ଡାଇରେକ୍ଟର ଏଗ୍ରିକଲଚର ମାର୍କେଟିଂ ତଥା ଓସାମ୍ ବୋର୍ଡର ସଦସ୍ୟ ସଚିବ ଡ. ଏପ୍‌. ମୁଥୁକୁମାରଙ୍କ ସମେତ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories