www.samajalive.in
Saturday, December 6, 2025
16.1 C
Bhubaneswar

ବାଇକ ଦୁର୍ଘଟଣା, ୧ ମୃତ ୨ ଗୁରୁତର

କଲମପୁର: ଥୁଆମୁଳ ରାମପୁର କାଶିପୁର ରାସ୍ତାର ଡୁମେରପଦର ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଦୁଇଜଣ ଅତ୍ୟନ୍ତ ଗୁରୁତର ଥିବା ସୁଚନା ମିଳିଛି। ସୁଚନା ଅନୁସାରେ ମଙ୍ଗଳବାର କଲମପୁର ବ୍ଲକ ଅଧିନସ୍ଥ ପାଜେନ ଗ୍ରାମର ରାମ ଦୁର୍ଗା ଓ ବରଦୋଳି ମହରଣାପଡାର ମନୁବାଗ ଥୁଆମୁଳ ରାମପୁର, ଡୁମେରପଦର ଦେଇ କାଶିପୁର ରାସ୍ତାରେ କୌଣସି କାମରେ ଏକ ବାଇକ ଯୋଗେ ଯାଉଥିବା ବେଳେ ବିପରିତ ଦିଗରୁ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କାଠକୁରା ଗ୍ରାମର ଦେବେନ୍ଦ୍ର ନାଏକ ନାମକ ୨୫ ବର୍ଷିୟ ଯୁବକ ନିଜ ଗ୍ରାମକୁ ଫେରୁଥିଲେ। କଳାହାଣ୍ଡି ଜିଲା ସୀମା ଅତିକ୍ରମ କରିବା ପରେ ରାୟଗଡା ସୀମା ନିକଟରେ ଉଭୟ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ କାଠକୁରା ଗ୍ରାମର ଦେବେନ୍ଦ୍ର ଗାଡିରୁ ଛିଟିକି ପଡି ଗୁରୁତର ହେବା ସହ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।

ଅନ୍ୟ ଦୁଇ ଯୁବକ ଗୁରୁତର ଆହତ ଥିବା ବେଳେ ସେମାନଙ୍କୁ ନିକଟସ୍ଥ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ଏହି ଦୁଇ ଆହତଙ୍କୁ କିଛି ଲୋକ ଉଦ୍ଧାର କରି ତୁରନ୍ତ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ପାଜେନ ଗ୍ରାମର ରାମ ଦୁର୍ଗାର ଅବସ୍ଥା ସଙ୍କଟାପନ୍ନ ଥିବା ପରିବାର ଲୋକଙ୍କ ତରଫରୁ ସୁଚନା ମିଳିଛି। ଅନ୍ୟପଟେ ରାୟଗଡା ଜିଲା କାଶିପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଉଭୟ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories