www.samajalive.in
Monday, December 8, 2025
24.1 C
Bhubaneswar

ଦଲକରେ ହାତୀ ଉପଦ୍ରବ

ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଆଜକୁ ୩ଦିନ ହେବ ୫ଟି ବଣୁଆ ହାତୀ ପଶି ଲୋକମାନଙ୍କର କ୍ଷୟକ୍ଷତି କରୁଥିବାବେଳେ ଲୋକମାନଙ୍କୁ ମାରିବା ପାଇଁ ଗୋଡ଼ାଉଛନ୍ତି। ଫଳରେ ଲୋକମାନେ ଭୟରେ ଜୀବନ ଅତିବାହିତ କରୁଛନ୍ତି । ଗତ ୩ଦିନ ତଳେ ସମ୍ପୃକ୍ତ ପଞ୍ଚାୟତର ଜାମୁସାହି ନିକଟସ୍ଥ ଖୋର୍ଦ୍ଧା ବ୍ଲକ ଅଧିନସ୍ଥ ଗୟାବନ୍ଧ ଗ୍ରାମରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏବେ ସମ୍ପୃକ୍ତ ଗ୍ରାମରେ ଥିବା ହାତୀଗୁଡିକ ଲୋକମାନଙ୍କୁ ଦେଖିଲେ ମାରିବା ପାଇଁ ଗୋଡ଼ଉଥିବାବେଳେ ଗ୍ରାମରେ ଚାଷୀମାନେ କରିଥିବା ପନିପରିବା କ୍ଷେତ ଗୁଡିକରେ ପଶି ସେଗୁଡିକ ଖାଇ ଯାଉଥିବାବେଳେ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ଧାନବିଲରେ ପଶି ଧାନଗଛ ଗୁଡିକ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଏପରିକି ବିଲ ହୁଡ଼ା ଗୁଡିକ ମଧ୍ୟ ଭାଙ୍ଗି ଦେଉଛନ୍ତି । ଦୁଃଶାସନ ବେହେରା, ପବିତ୍ର ବଳିୟାରସିଂ ଏବଂ ବିଷ୍ଣୁଚରଣ ବେହେରାଙ୍କର ବହୁ କ୍ଷୟକ୍ଷତି ହୋଇଥିବାବେଳେ ଲୋକମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଫୋନ କଲେ ସେମାନେ ଶୁଣୁନାହାନ୍ତି କିମ୍ବା ହାତୀ ଘଉଡାଇବାପାଇଁ ବାଣ ଦେଉନାହାନ୍ତି। ହାତୀଗୁଡିକ ନିକଟସ୍ଥ ହନୁମନ୍ତିଆ ପାହାଡ଼ରେ ରହୁଥିବାର ଜଣାପଡିଛି। ବିଭାଗୀୟ ଅଧିକାରୀ ତୁରନ୍ତ ହାତୀଗୁଡିକ ଘଉଡାଇବା ପାଇଁ ଆବଶ୍ୟକ ପଦକ୍ଷପ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories