www.samajalive.in
Monday, December 8, 2025
24.1 C
Bhubaneswar

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ୱେବସାଇଟ୍ ହ୍ୟାକ୍: ପାକିସ୍ଥାନୀ ହ୍ୟାକର ଦେଲେ ଭାରତକୁ ଚେତାବନୀ

ହାଇଦ୍ରାବାଦ: କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜି. କିସନ ରେଡ଼୍ଡ଼ୀଙ୍କ ବ୍ୟକ୍ତିଗତ ୱେବସାଇଟ୍ http://kishanreddy.com/କୁ ପାକିସ୍ଥାନୀ ହ୍ୟାକର ହ୍ୟାକ୍ କରିଦେଇଛନ୍ତି । ୱେବସାଇଟ ହ୍ୟାକ ପରେ ଏଥିରେ ଆଜାଦ କାଶ୍ମୀର ପରି କିଛି ପୋଷ୍ଟ ମଧ୍ୟ କରାଯାଇଛି । ଏହା ସହ ହ୍ୟାକରମାନେ ଭାରତ ସରକାରଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ହାଇଦ୍ରାବାଦରେ ଜି. କିଶନ ରେଡ଼୍ଡ଼ିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ହ୍ୟାକିଂରେକୌଣସି ତଥ୍ୟ ଚୋରି ହୋଇଥିବା ଯଦିଓ ଖବର ମିଳିନାହିଁ, ତଥାପି ଦେଶର ଲୋକଙ୍କୁ ଭୁଲ ତଥ୍ୟ ପ୍ରଦାନ କରାଯାଇ ବିଭ୍ରାନ୍ତ ଉଦ୍ଦେଶ୍ୟରେ ହ୍ୟାକ୍ କରାଯାଇଥିବା ସାଇବର ଅପରାଧବିଜ୍ଞାନୀମାନେ ମନେ କରୁଛନ୍ତି

ଏହା ପୂର୍ବରୁ ଅଗଷ୍ଟ ୧୫ରେ ଦେଶର ସ୍ବାଧୀନତା ଦିବସ ଅବସରରେ ପାକିସ୍ଥାନର ଏକ ୱେବସାଇଟ୍ ମଧ୍ୟ ହ୍ୟାକ୍ ହୋଇଥିଲା। ହ୍ୟାକରମାନେ ପାକିସ୍ଥାନର ଫାତିମା ଜିନ୍ନା ମହିଳା କଲେଜ ସମେତ ଅନ୍ୟାନ୍ୟ ୱେବସାଇଟରେ ଭାରତର ଜାତୀୟ ପତାକା ସହ ଅଯୋଧ୍ୟା ରାମମନ୍ଦିର କଥା ଉଲ୍ଲେଖ କରିଥିଲେ । ଏଥିରେ ଭଗବାନ ଶ୍ରୀରାମଙ୍କ ଛବି ମଧ୍ୟ ପ୍ରଦର୍ଶିତ ହୋଇଥିଲା । ପାକିସ୍ଥାନର ୱେବସାଇଟ୍ ପିଟରକୋ.କମ.ପିକେ ( peterco.com.pk) ହ୍ୟାକ କରାଯାଇ ତାହା ଉପରେ ଇଣ୍ଡିଆ ସାଇବର ଟ୍ରୁପ ବୋଲି ଲେଖାଯାଇଥିଲା । ଏହା ସହ ଏହି ସାଇଟରେ ଭାରତୀୟ ଜାତୀୟ ପତାକା ସହ ‘ସତ୍ୟମେବ ଜୟତେ‘ ବୋଲି ଲେଖି ଦିଆଯାଇଥିଲା ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories