www.samajalive.in
Wednesday, December 10, 2025
23.1 C
Bhubaneswar

ଏହି ଟ୍ରେନରେ ଯାତ୍ରା କରିବେ କି ? ଟିକେଟର ମୂଲ୍ୟ ୧୮ ଲକ୍ଷ : ଜାଣନ୍ତୁ ଏହାର କାରଣ

ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠାରୁ ଦାମୀ ଓ ମହଙ୍ଗା ଟ୍ରେନ ଯାତ୍ରା ବୋଲି କୁହାଯାଏ। ଏହାର ବ୍ୟବସ୍ଥା ବଡ଼ ବଡ଼ ମହଙ୍ଗା ହୋଟେଲ ଠାରୁ ମଧ୍ୟ ଅତି ଉନ୍ନତ ବୋଲି କୁହାଯାଏ। ଏହି ଟ୍ରେନରେ ଯାତ୍ରୀମାନଙ୍କୁ ରାଜା ମହାରାଜାଙ୍କ ଜୀବନଶୈଳୀ ଭଳି ସୁବିଧା ପ୍ରଦାନ କରାଯାଇଥାଏ। ଯାତ୍ରୀମାନେ ରାଜକୀୟ ଭଳି ସମସ୍ତ ପ୍ରକାର ସୁଖସୁବିଧା ପାଇଥାଆନ୍ତି। ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟର ମୂଲ୍ୟ ପ୍ରାୟ ୪ ଲକ୍ଷରୁ ଆରମ୍ଭ ହୋଇ ୧୮ ଲକ୍ଷ ଯାଏଁ ରହିଛି। ଜାଣନ୍ତୁ ଏହା ବିଷୟରେ….
ଯାତ୍ରୀମାନଙ୍କୁ ଦାମୀ ଯାତ୍ରାର ଅନୁଭବ ସହ ଭାରତ ଦର୍ଶନର ଉଦ୍ଦେଶ୍ୟରେ ମହାରାଜା ଏକ୍ସପ୍ରେସର ଆରମ୍ଭ ୨୦୧୦ରେ ଆରମ୍ଭ ହୋଇଛି। ୧ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଟ୍ରେନରେ ପ୍ରାୟ ୨୩ଟି ବଗି ରହିଛି। ଏଥିରେ କେବଳ ୮୮ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏପରି ବ୍ୟବସ୍ଥା କରାଯିବାର କାରଣ ଯାତ୍ରୀମାନେ ଯେଭଳି ସମ୍ପୂର୍ଣ୍ଣ ଭାବେ ରାଜକୀୟ ମଜାକୁ ଉପଲବ୍ଧି କରିପାରିବେ।
ମହାରାଜା ଏକ୍ସପ୍ରେସର ରାସ୍ତାରେ ଯାତ୍ରୀମାନଙ୍କୁ ଦିଲ୍ଲୀ, ଆଗ୍ରା, ବିକାନେର, ଫତେପୁର ସିକରୀ, ଖଜୁରାହ, ଜୟପୁର, ଜୋଧପୁର, ଉଦୟପୁର, ବାରାଣାସୀ, ଓ ମୁମ୍ବଇର ଭ୍ରମଣ କରାଇଥାଏ। ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ମୁମ୍ବଇର ତାଜ ମହଲ ହୋଟେଲ, ରାଜସ୍ଥାନର ସିଟି ପ୍ରାସାଦ, ରାମବାଗ ପ୍ୟାଲେସ ହୋଟେଲ ସମେତ ବିଭିନ୍ନ ହୋଟେଲରେ ମଧ୍ୟ ବ୍ୟବସ୍ଥା କରାଯାଇଥାଏ।
ବର୍ତ୍ତମାନ ମହାରାଜା ଏକ୍ସପ୍ରେସ ୪ ପ୍ରକାର ଭ୍ରମଣର ପ୍ୟାକେଜ ରହିଛି। ଯେଉଁଥିରେ ୩ଟି ପ୍ୟାକେଜରେ ୭ ଦିନ ଓ ୬ ରାତି ଓ ଅନ୍ୟ ଏକ ପ୍ୟାକେଜରେ ୪ଦିନ , ୩ ରାତି ରହିଛି। ସମସ୍ତ ପ୍ୟାକେଜର ମୂଲ୍ୟ ଭିନ୍ନ ଭିନ୍ନ ରହିଛି।
ଏହି ଟ୍ରେନ ,ରେଳ ଧାରଣାରେ ଚାଲୁଥିବା ଏକ ଦାମୀ ହୋଟେଲ ଭଳି ହିଁ ଅନୁଭବ ହୋଇଥାଏ। ଟ୍ରେନ ଭିତରେ ରେସ୍ତୋରାଁ, ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ଟ୍ରେନର ବଗିରେ ହୋଇଥିବା କକ୍ଷରେ ୨ ଓ ଅନ୍ୟ କେତେକ କକ୍ଷରେ ୪ ଜଣ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଟ୍ରେନରେ ଥିବା ବୃହତ କକ୍ଷରେ ପ୍ରାୟ ବଡ଼ ଖଟ, ଟିଭି ଓ ବଡ଼ ବଡ଼ ହୋଟେଲ ଭଳି ସମସ୍ତ ସୁବିଧା ରହିଛି। ଏହାସହ ଇଣ୍ଟରନେଟ, ଓ ଅନ୍ୟାନ୍ୟ ସୁବିଧା ରହିଛି। ଏହିପ୍ରକାର କକ୍ଷର ମୂଲ୍ୟ ପ୍ରାୟ ୪, ୮୩, ୨୪୦ ଟଙ୍କା।
ଟ୍ରେନର ଅନ୍ୟ କକ୍ଷରେ ଏହି ସମସ୍ତ ସୁବିଧା ରହିଥିବା ବେଳେ କକ୍ଷର ଚାହିଦା ଅନୁଯାୟୀ ଏହାର ମୂଲ୍ୟ ପ୍ରାୟ ୭,୫୩, ୮୨୦ ଟଙ୍କା। ଏହାସହ ଟ୍ରେନରେ ୧୦, ୫୧, ୮୪୦ଟଙ୍କାର ଅନ୍ୟ କକ୍ଷ ମଧ୍ୟ ରହିଛି। ଏହି ସମସ୍ତ କକ୍ଷ ବଡ଼ ବଡ଼ ମହଲର କକ୍ଷ ଠାରୁ କିମ୍ବା କୌଣସି ରାଜ ପ୍ରସାଦ ଠାରୁ କମ ନୁହେଁ। ଏହାସହ ଏହି ଟ୍ରେନରେ ଥିବା ୨ଟି ମୁଖ୍ୟ ରେସ୍ତୋରାଁରେ ବିଭିନ୍ନ ପ୍ରକାର ଖାଦ୍ୟ ସହ ସୁନାର ଆସ୍ତରଣରେ ପ୍ରସ୍ତୁତ ବାସନରେ ଖାଦ୍ୟ ପରଷା ଯାଇଥାଏ।

 

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories