www.samajalive.in
Sunday, December 14, 2025
26.1 C
Bhubaneswar

ଅନଲକ୍‍-୦୪ରେ ଖୋଲିପାରେ ସ୍କୁଲ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଅନଲକ ଆରମ୍ଭ ହେବ। ଏହି ଅନଲକ-୪ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିବେ। ଏହି ଚତୁର୍ଥ ପର୍ଯ୍ୟାୟ ଅନଲକ୍‍ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍କୁଲ, କଲେଜ ଖୋଲିବା ଲାଗି ଅନୁମତି ଦେବା ସମ୍ଭାବନା ରହିଛି। ଯଦି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳେ ତେବେ ଏଗୁଡିକ ପର୍ଯ୍ୟାୟ କ୍ରମେ ଖୋଲାଯିବ। ଏହା ସହିତ ଆବଶ୍ୟକ ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଆପଣାଯିବ। କରୋନା ପାଇଁ ଦୀର୍ଘ ୫ମାସ ହେଲା ଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ସେହିପରି ମେଟ୍ରୋ ଟ୍ରେନ ସେବା ଆରମ୍ଭ ନେଇ ମଧ୍ୟ ସରକାର ଯୋଜନା କରୁଛନ୍ତି। ଅନଲକ-୦୩ରେ ସରକାର ଯୋଗ ଅନୁଷ୍ଠାନ ଓ ଜିମ୍ନାସିୟମ୍‍ଗୁଡିକୁ ଖୋଲିବାକୁ ଅନୁମତି ଦେଇଥିଲେ। ଅଗଷ୍ଟ ମାସ ଶେଷ ହେବାକୁ ଯାଉଥିବାବେଳେ କେନ୍ଦ୍ର ଖୁବ୍‍ଶୀଘ୍ର ଅନଲକ-୪ ଘୋଷଣା କରିପାରନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories