www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଦାନ୍ତ କୁନା ଗିରଫ

ରଣପୁରଗଡ଼ : ନୟାଗଡ ଜିଲା ରଣପୁର ଥାନା ସାରଙ୍ଗଧରପୁର ଓଡିଶା ଗ୍ରାମ୍ୟବ୍ୟାଙ୍କରୁ ଏପ୍ରିଲ ୬ ତାରିଖରେ ହୋଇଥିବା ଡକାୟତି ଘଟଣାର ଅନ୍ୟତମ ଅଭିଯୁକ୍ତ ଦୀପକ ଭୋଇ ଓରଫ କୁନାକୁ ପୁଲିସ ଗିରଫ କରିଛି। ଗିରଫ କୁନାର ଘର ଜଗତସିଂହପୁର ଜିଲା ବିରିଡି ଥାନା ଶଙ୍କରପୁର ଗ୍ରାମରେ। ସୂଚନାନୁଯାୟୀ ଏହି ଡକାୟତିରେ ୫ ଜଣ ସମ୍ପୃକ୍ତ ଥିଲେ । ଜଣେ ଡକାୟତ ଦୀପୁ ଛୋଟରାୟକୁ ପୁଲିସ ପୂର୍ବରୁ ଏନ୍‌କାଉଣ୍ଟର କରିଥିଲା। ସେ ବର୍ତ୍ତମାନ ଜେଲ୍‌ରେ। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ଟିଟୋର ସହଯୋଗୀ ଚଗଲା ୬ ତାରିଖରେ ପୁଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲା। ମୃତ୍ୟୁ ପୂର୍ବରୁ ଚଗଲା ଦେଇଥିବା ତଥ୍ୟ ଆଧାରରେ ରଣପୁର ଥାନା ଇନ୍ସପେକ୍ଟର ୮ ତାରିଖ ରାତିରେ ଜଗତସିଂହପୁର ଜିଲା ବିରିଡି ଥାନା ଶଙ୍କରପୁର ଗ୍ରାମରେ ଚଢଉ କରି ଅଭିଯୁକ୍ତ କୁନାକୁ ଗିରଫ କରିଥିଲା । କୁନାଠାରୁ ତା କହିବା ମୁତାବକ ଅବିକଳ ସୁନା ଭଳି ଦିଶୁଥିବା ବହୁ ଗହଣା ଜବତ କରିଥିଲେ। ଅଭିଯୁକ୍ତ କୁନାର କହିବା ଅନୁଯାୟୀ ଚଗଲା ଡକାୟତି ପରେ ତାକୁ ଦେଇଥିବା ସବୁ ସୁନା ଅଳଙ୍କାର ନକଲି ଅଟେ। ପୁଲିସ ସେ ସବୁକୁ ଜବତ କରିବା ସହ ଅଭିଯୁକ୍ତ କୁନାକୁ ଆଣି ସାରଙ୍ଗଧରପୁର ବ୍ୟାଙ୍କ ଡକାୟତି କ୍ଷେତ୍ରରେ ବୁଲାଇଥିବା ଜଣାପଡିଛି। ଅନ୍ୟ ୨ ଅଭିଯୁକ୍ତକୁ ଧରିବା ପାଇଁ କୁନାକୁ ରଣପୁର ଥାନାରେ ରଖି ପଚରାଉଚରା ଜାରି ରଖିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories