www.samajalive.in
Thursday, December 11, 2025
18.1 C
Bhubaneswar

ବ୍ରହ୍ମପୁତ୍ର ନଦୀରେ ଦେଶର ଦୀର୍ଘତମ ରୋପ୍‍-ୱେ ଉଦ୍‍ଘାଟିତ

ଗୁଆହାଟୀ : ଆସାମରେ ଦେଶର ଦୀର୍ଘତମ ରିଭର ରୋପ୍‍-ୱେ  ସୋମବାର ଉଦ୍‍ଘାଟିତ ହୋଇଛି।  ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ରୋପ୍‍-ୱେ ଗୌହାଟୀକୁ ଉତ୍ତର ଗୌହାଟୀ ସହ ସଂଯୋଗ କରୁଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଗୌହାଟୀ ବିକାଶ ବିଭାଗ ମନ୍ତ୍ରୀ ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟ ୧.୮ କିଲୋମିଟର ଦୀର୍ଘ ଏହି ରୋପ୍‍-ୱେ କୁ ଉଦ୍‍ଘାଟନ କରିଛନ୍ତି। ଏହି ରୋପ୍‍-ୱେ ଗୌହାଟୀର କଚରୀ ହାଟଠାରୁ ଉତ୍ତର ଗୌହାଟୀର
ଦୋଳଗୋବିନ୍ଦ ମନ୍ଦିର ପର୍ଯ୍ୟନ୍ତ ଚଳାଚଳ କରିବ।

ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ଏହାକୁ ନିର୍ମାଣ କରାଯାଇଛି। ଏହି ରୋପ୍‍-ୱେ ଚଳାଚଳ ଆରମ୍ଭ କରିବା ସହ ଗୌହାଟୀ ଓ ଉତ୍ତର ଗୌହାଟୀ ମଧ୍ୟରେ ଯାତ୍ରା ସମୟ ବହୁତ କମ୍‍ ହୋଇଯିବ ଓ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆତ୍କୃଷ୍ଟ କରିବ। ଏହି ରୋପ୍‍-ୱେ ୭ରୁ ୮ ମିନିଟ୍‍ ସମୟ ମଧ୍ୟରେ ଯାତ୍ରୀମାନଙ୍କୁ ନଦୀର ଏପଟରୁ ମନ୍ଦିର ପାଖରେ ପହଞ୍ଚାଇବ। କୋଭିଡ୍‍-୧୯ସଂକ୍ରମଣ ଯୋଗୁଁ ଏଥିରେ ମାତ୍ର ୧୫ ଜଣ ଯାତ୍ରୀ ଏକ
ସମୟରେ ଯାତ୍ରା କରିପାରିବେ। ଏଥିରେ ଥରକରେ ୩୦ ଜଣ ଯାତ୍ରୀ ଯିବାର ବ୍ୟବସ୍ଥା ଅଛି। ଏହି ରୋପ୍‍-ୱେରୁ ସମଗ୍ର ଗୌହାଟୀ ସହର,
ବ୍ରହ୍ମପୁତ୍ର ନଦୀ, ଉମାନନ୍ଦା ମନ୍ଦିର ଓ ଆହୁରି ଅନେକ ସ୍ଥାନକୁ ଦେଖିହେବ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories