www.samajalive.in
Wednesday, December 10, 2025
14.1 C
Bhubaneswar

କର୍ମଚାରୀଙ୍କୁ କରୋନା: ରାଜସ୍ୱ ପର୍ଷଦ ମୁଖ୍ୟଶାଖା କାର୍ଯ୍ୟାଳୟ ୩ଦିନ ପାଇଁ ବନ୍ଦ

କଟକ: ରାଜସ୍ୱ ପର୍ଷଦ(ମୁଖ୍ୟଶାଖା)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‍ ଚିହ୍ନଟ ହେବାରେ ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦେଶକ୍ରମେ ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ୩ ଦିନ(୭୨ଘଣ୍ଟା) ପାଇଁ ରାଜସ୍ୱ ପର୍ଷଦ ମୁଖ୍ୟ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ସେହିପରି ରାଜସ୍ୱ ପର୍ଷଦ ଅଧୀନସ୍ଥ ବନ୍ଦୋବସ୍ତ ଓ ଚକବନ୍ଦୀ ନିର୍ଦେଶାଳୟରେ ନିକଟରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲାର ଜନୈକ ଉପଜିଲାପାଳ ଯୋଗଦେଇଥିବାବେଳେ ୨୩ତାରିଖରେ ତାଙ୍କଠାରେ କରୋନା ପଜିଟିଭ୍‍ ଚିହ୍ନଟ ୋଇଥିଲା। ଏହି ବୈଠକରେ ନିର୍ଦେଶକଙ୍କ ସମେତ ଉଭୟ ନିର୍ଦେଶାଳୟର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୂ-ଅଭିଲେଖ ବନ୍ଦୋବସ୍ତ ଓ ଚକବନ୍ଦୀ ନିର୍ଦେଶକଙ୍କ ନିର୍ଦେଶକ୍ରମେ ବନ୍ଦୋବସ୍ତ ଓ ଚକବନ୍ଦୀ ଶାଖାକୁ ୨୪ତାରିଖରୁ ୩ଦିନ ପାଇଁ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ ରାଜସ୍ୱ ପର୍ଷଦର ସମ୍ପୃକ୍ତ ଶାଖାଗୁଡ଼ିକର କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଫିସ ନ ଆସି ଘରେ ରହି କାର୍ଯ୍ୟ କରିବାକୁ ଏବଂ ଆବଶ୍ୟକ ଅନୁଯାୟୀ ଟେଲିଫୋନ୍‍ରେ ଉପଲବ୍ଧ ରହିବାକୁ ନିର୍ଦେଶ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ସମଗ୍ର ରାଜ୍ୱ ପର୍ଷଦ କାର୍ଯ୍ୟାଳୟ(ରାଜସ୍ୱ ଭବନ) ଏବଂ ଏହାର ପରିସରକୁ ଆଜି ପୂର୍ବାହ୍ନରେ ସାନିଟାଇଜ୍‍ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories