www.samajalive.in
Sunday, December 14, 2025
26.1 C
Bhubaneswar

ଅନ୍‌ଲାଇନ୍‌ ଠକେଇ : ପୁରସ୍କାର ବାହାନାରେ ନେଇଗଲେ ୧.୬୩ ଲକ୍ଷ

ଭୁବନେଶ୍ବର : ସମ୍ପ୍ରତି ଅନ୍‌ଲାଇନ୍‌ ଠକେଇ ବଢ଼ୁଥିବାରୁ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଯୋଜନା କରୁଛି। ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ରାଜଧାନୀରେ ଏଭଳି ଅନ୍‌ଲାଇନ୍‌ ଠକେଇ ନେଇ ଅଭିଯୋଗ ହେବାରେ ଲାଗିଛି। ସହିଦନଗର ଥାନା ଅଧୀନ ଆଇଏମ୍‌ଏମ୍‌ଟି ପରିସରରେ ରହୁଥିବା ଜଣେ ଅଧିକାରୀ ୧,୬୩,୩୦୦ ଟଙ୍କା ସାଇବର ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି।

ମାମଲାରୁ ଜଣାପଡ଼ିଛି, ଆଇଏମ୍‌ଏମ୍‌ଟିର ଗିରିରାଜ ଡେରଜି ତାଙ୍କ ସାନ ଭଉଣୀ ପାଇଁ ଏକ୍ସଟ୍ରିମ୍‌ ପ୍ଲିଜର୍‌ ନାମକ ଏକ ସଂସ୍ଥାରୁ ଅନ୍‌ଲାଇନ୍‌ ଯୋଗେ ଆୟୁର୍ବେଦିକ ଔଷଧ ମଗାଉଥିଲେ। ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେ ଏହି ଔଷଧ ମଗାଉଥିଲେ। ତେବେ ଗତ ଜୁଲାଇ ୨୯ରେ ତାଙ୍କ ନିକଟକୁ ଏକ ମେ​‌ସେଜ୍‌ ଆସିଥିଲା। ଏହାର କିଛି ସମୟ ପରେ ଏକ ଫୋନ୍‌ କଲ୍‌ ଆସିଥିଲା। ସେ ଔଷଧ ମଗାଉଥିବା ସଂସ୍ଥାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ କହିଥିଲେ, ସେ ତାଙ୍କ କମ୍ପାନୀର ଜଣେ ନିୟମିତ ଗ୍ରାହକ ହୋଇଥିବାରୁ ତାଙ୍କର ୮,୫୦,୦୦୦ ଟଙ୍କାର ଏକ ଲଟେରି ଉଠିଛି। ତେବେ ତାଙ୍କର ବିଶ୍ବାସ ଜନ୍ମାଇବା ଲାଗି ଫୋନ୍‌ କରିଥିବା ବ୍ୟକ୍ତି ଜଣକ ତାଙ୍କର ପରିଚୟପତ୍ର ମଧ୍ୟ ହ୍ବାଟ୍‌ସ୍‌ଆପ୍‌ ମାଧ୍ୟମରେ ପଠାଇଥିଲେ।

- Advertisement -

ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ପୁରସ୍କାର ରାଶି ପାଇବା ଲାଗି ହେଲେ ୮,୫୦୦ ଟଙ୍କା ଦେଇ ପଞ୍ଜୀକରଣ କରିବାକୁ ହେବ। ତେବେ ଉକ୍ତ ବ୍ୟକ୍ତି କଥାରେ ବିଶ୍ବାସ କରି ଗିରିରାଜ ୮,୫୦୦ ଟଙ୍କାକୁ ଗୁଗୁଲ୍‌ ପେ ମାଧ୍ୟମରେ ପଠାଇଥିଲେ। ସେ ତାଙ୍କ ନାମ ପୟାଶଙ୍କର ମିଶ୍ର ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଟିଡିଏସ୍‌ ଚାର୍ଜ, ଟୁପାର୍ଟ ଚାର୍ଜ ଏଭଳି କହି ଦିନକୁ ଦିନ ଟଙ୍କା ନେଇ ଚାଲିଲେ। ୮.୫୦ ଲକ୍ଷ ଟଙ୍କା ପାଇବା ଆଶାରେ ବିଭିନ୍ନ ବାହାନାକୁ ନେଇ ୨୫,୦୦୦ ଟଙ୍କା, ୩୬,୧୦୦ ଟଙ୍କା, ୧୧,୧୦୦ ଟଙ୍କା ଓ ୨୫,୦୦୦ ଟଙ୍କା ପଠାଇ ଚାଲିଥିଲେ।

ଅଗଷ୍ଟ ୧୭ରେ ତାଙ୍କୁ ଜିଏସ୍‌ଟି ବାବଦରେ ଟଙ୍କା ମାଗିଥିଲେ। ସେ ଏହି ଟଙ୍କା ପଠାଇଲେ ତାଙ୍କୁ ଟାଟାର ନେକ୍ସନ କାର୍‌ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଏହା ମଧ୍ୟରେ ଦୁର୍ବୃତ୍ତମାନେ ବିଭିନ୍ନ ବାହାନାରେ ତାଙ୍କଠାରୁ ୧,୬୩,୩୦୦ ଟଙ୍କା ନେଇ ସାରିଥିଲେ। ଏପରିକି ସେ ୮.୫ ଲକ୍ଷ ଟଙ୍କା ପାଇବା ଆଶାରେ ଅନ୍ୟମାନଙ୍କଠାରୁ ଧାରଉଧାର କରି ଟଙ୍କା ଆଣିସାରିଥିଲେ। ଶେଷରେ ସେ ଖୋଳତାଡ଼ କରିବା ବେଳେ ଜାଣିବାକୁ ପାଇଲେ ସେ ଯେଉଁ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ ତାହା ଅନ୍ୟ ଜଣଙ୍କ ନାମରେ ରହିଛି। ଏସବୁ ଜାଣିବା ପରେ ସେ ଠକାମିର ପଡ଼ିଥିବା ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଅର୍ଥ କିଭଳି ଫେରସ୍ତ ମିଳିବ ସେନେଇ ନିବେଦନ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories