www.samajalive.in
Thursday, December 11, 2025
16.1 C
Bhubaneswar

ଆଧାର କାର୍ଡ ପାଇଁ ଭତ୍ତା ନ ପାଇ ନିରାଶ ହୋଇ ଫେରିଲେ ୯୦ ବର୍ଷର ବୃଦ୍ଧା 

ଓଡ଼ଗାଁ: ନୟାଗଡ ଜିଲା ଓଡ଼ଗାଁ ତହସିଲ ନନ୍ଦିଘୋର ଗ୍ରାମର ସ୍ୱର୍ଗତ ମାଟିଆ ସାହୁଙ୍କ ପତ୍ନୀ ଅମୃତୀ ସାହୁ(୯୦)ଙ୍କ ଶେଷ ସାହାରା ଥିଲା ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ବାର୍ଦ୍ଧକ୍ୟ ଭତ୍ତା। ଶେଷରେ ସେତକ ବନ୍ଦ ହୋଇ ଯିବାରୁ ଅବଶିଷ୍ଟ ଜୀବନ ଜିଇଁବା ଦୁର୍ବିଶହ ହୋଇ ପଡ଼ିଛି ତାଙ୍କ ପାଇଁ। ଆଧାର କାର୍ଡ ଖଣ୍ଡିଏ ନ ଥିବାରୁ ନିୟମ ଅନୁସାରେ ଭତ୍ତା ନ ଦେଇ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଫେରାଇ ଦେଇଛନ୍ତି ବୃଦ୍ଧା ଅମୃତିଙ୍କୁ। ତାଙ୍କ ଜୀବନର ଶେଷ ସମ୍ବଳ ଟିକକ ବନ୍ଦ ହୋଇଯିବା ଯୋଗୁଁ ତାଙ୍କର ଜୀବନ ଦୀପ କେବେ ବନ୍ଦ ହେବ ତାକୁ ଅପେକ୍ଷା କରି ରହିଛନ୍ତି। ୨ ପୁଅ ଏବଂ ୨ ଝିଅର ଜନନୀ ସନ୍ତାନମାନଙ୍କ ପାଇଁ ଆଜି ଅଲୋଡା ହୋଇପଡ଼ିଛନ୍ତି। ସାନଝିଅ ଚକ୍ରାନ୍ତରେ ସମ୍ପତିକୁ ନିଜ ନାମରେ କରିନେବା ପରେ ନିଜ ଘରୁ ତଡାଖାଇ ଓଡ଼ଗାଁରେ ବଡ଼ଝିଅର ଶରଣରେ ଅଛନ୍ତି ଅମୃତୀ। ହେଲେ ବଡ଼ଝିଅ ଅଭାବ ଅନଟନ ଭିତରେ କାମଧନ୍ଦାକରି ଚଳୁଥିବା ବେଳେ ମା’ର ଉପଯୁକ୍ତ ଯତ୍ନନେବା ସମ୍ଭବ ହେଉନାହିଁ। ଆଧାରକାର୍ଡ ନଥିଲେ ଭତା ଦିଆଯାଇ ପାରିବ ନାହିଁ ବୋଲି କମିସନରଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କର ଭତା ମଧ୍ୟ ମଞ୍ଜୁର ହୋଇନାହିଁ। ହଠାତ୍‍ ଏହି ନିୟମ ଲାଗୁ କାରଣରୁ କେବଳ ଅମୃତୀ ନୁହଁନ୍ତି, ଏହିପରି ଅନେକ ଭତାଧାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରିକି ହାତ ନଥିବା ଦିବ୍ୟାଙ୍ଗ ଆଙ୍ଗୁଠିଛାପ ଦେଇ ଆଧାର କାର୍ଡ କରି ପାରୁ ନ ଥିବାରୁ ସେମାନେ ମଧ୍ୟ ଭତ୍ତା ପାଇନାହାଁନ୍ତି। ଏହି ସମସ୍ୟାର ବିଚାର କରି ସମାଧାନ କରାଗଲେ ଭତ୍ତା ଉପରେ ନିର୍ଭର କରି ଚଳୁଥିବା ହିତାଧିକାରୀଙ୍କ ଅବଶିଷ୍ଟ ଜୀବନ ବଞ୍ଚିବା ସହଜ ହୋଇପାରନ୍ତା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories