www.samajalive.in
Wednesday, December 10, 2025
15.1 C
Bhubaneswar

ପିପିଲି : ୨ଦିନରେ ୮ କରୋନା ସଂକ୍ରମିତ

ପିପିଲି : ପିପିଲି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ଦିନ ମଧ୍ୟରେ ପିପିଲି ଅଞ୍ଚଳରେ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣ ମହିଳା ଓ ୨ଜଣ ପୁରୁଷ ରହିଥିବା ସୂଚନା ମିଳିଛି। ଗୋବିନ୍ଦପୁର ପଞ୍ଚାୟତର ଜଣେ ୭୫ ବର୍ଷିୟ ପୁରୁଷ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଜଣେ ୨୫ ବର୍ଷିୟା ମହିଳା ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉକ୍ତ ୭୫ ବର୍ଷିୟ ପୁରୁଷ ଜଣକ ଶାରିରୀକ ଅସୁସ୍ଥ ଥିବା କାରଣରୁ ତାଙ୍କୁ ପୁରୀର କୋଭିଡ୍‍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ରବିବାର ଜବାହର ବିଦ୍ୟାପୀଠରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ମୋଟ୍‍ ୭୬ଜଣଙ୍କର ଆଣ୍ଟିଜେନ୍‍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର କରୋନା ପଜିଟିଭ୍‍ ରିପୋର୍ଟ ଆସିଛି। ସେମାନଙ୍କ ମଧ୍ୟରେ ଗୋବିନ୍ଦପୁର ପଞ୍ଚାୟତର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୬୫ ଓ ୨୮ ବର୍ଷିୟା ଦୁଇଜଣ ମହିଳା ରହିଥିବା ବେଳେ ଜଗନ୍ନାଥପୁର ପଞ୍ଚାୟତର ଏକ ଗ୍ରାମର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୬ ଓ ୬୪ ବର୍ଷିୟା ଦୁଇଜଣ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ତେଇସିପୁର ପଞ୍ଚାୟତର ଏକ ଗ୍ରାମର ଜଣେ ୨୨ ବର୍ଷିୟ ପୁରୁଷ ଓ ପୁବାଶାସନ ପଞ୍ଚାୟତର ଏକ ଗ୍ରାମର ଜଣେ ୩୯ ବର୍ଷିୟା ମହିଳା ମଧ୍ୟ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ ସଂପର୍କରେ ଅନୁସନ୍ଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜଗନ୍ନାଥପୁର ପଞ୍ଚାୟତରେ କରାଯାଇଥିବା ସ୍ୱତନ୍ତ୍ର ଶିବିରରେ ୧୦୩ ଜଣଙ୍କ ଆଣ୍ଟିଜେନ୍‍ ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‍ ଆସିଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories