www.samajalive.in
Monday, December 8, 2025
13.1 C
Bhubaneswar

ଲାଦାଖ ଫିଙ୍ଗର ଅଞ୍ଚଳରୁ ସମାନ ଦୂରତା ପଛକୁ ଘୁଞ୍ଚବାକୁ ଚୀନର ପ୍ରସ୍ତାବ; ଭାରତର ପ୍ରତ୍ୟାଖ୍ୟାନ

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିବା ଉତ୍ତେଜନା ଶେଷ କରିବାକୁ ଦୁଇ ପକ୍ଷ ମଧ୍ୟରେ କଥାବାର୍ତା ଜାରି ରହିଛି । ଏହାମଧ୍ୟରେ  ପୂର୍ବ ଲାଦାଖ ଫିଙ୍ଗର କ୍ଷେତ୍ରରେ ସମାନ ଦୂରତ୍ବ ପଛକୁ ଘୁଞ୍ଚିବାକୁ ଚୀନର ପ୍ରସ୍ତାବକୁ ଖାରଜ କରି ଦେଇଛି ଭାରତ । ସୀମା ବିବାଦ ସମାଧାନ ନିମନ୍ତେ ଦୁଇ ଦେଶ ମଧ୍ୟରେ କୂଟନୀତିଜ୍ଞ ଓ ସୈନ୍ୟସ୍ତରରେ କଥାବାର୍ତା ୩ ମାସ ଧରି ଚାଲିଥିଲେ ହେଁ ତାହା ସମାଧାନ ହୋଇପାରୁ ନାହିଁ ।

ନିକଟରେ ଚୀନ ଆଲୋଚନା ସମୟରେ ଭାରତ ନିକଟରେ ଏକ ନୂଆ ପ୍ରସ୍ତାବ ରଖିଛି । ଫିଙ୍ଗର ୪ ଅଞ୍ଚଳରୁ ଭାରତ ଓ ଚୀନ ସମାନ ଦୂରତ୍ବକୁ ପଛକୁ ଘୁଞ୍ଚିବାକୁ ପ୍ରସ୍ତାବ ଦେଇଛି । ମାତ୍ର ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇତିମଧ୍ୟରେ ସେନାବାହିନୀକୁ ନିୟନ୍ତ୍ରଣ ରେଖା ନିକଟରେ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତିକୁ ସମ୍ମୁଖୀନ ହେବା ନିମନ୍ତେ କମାଣ୍ଡରସ୍ତରୀୟ ନିର୍ଦେଶ ଦିଆଯାଇଛି ।

- Advertisement -

ସମ୍ପ୍ରତି ଚୀନ ସେନା ପେଙ୍ଗୋଙ୍ଗ ତ୍ସୋ ଉପତ୍ୟକାରେ ଡ଼େରା ପକାଇ ରହିଛନ୍ତି ।  ଫିଙ୍ଗର ୫ରୁ ଫିଙ୍ଗର ୮ ଅଞ୍ଚଳ ମଧ୍ୟରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ସେନା ମୁତୟନ କରିଛନ୍ତି । ଏହି ଅଞ୍ଚଳରେ ଏପ୍ରିଲ ଓ ମେ ମାସରୁ ଚୀନ ସେନା ନିଜର ଡ଼େରା ପକାଇ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଚୀନ ସେନା ଫିଙ୍ଗର ଅଞ୍ଚଳରୁ ପୁରା ପଛକୁ ନ ହଟିବା ପର୍ଯ୍ୟନ୍ତ ଆଲୋଚନାର କୌଣସି ଅର୍ଥ ନାହିଁ ।

ଭାରତ ପକ୍ଷରୁ  ୧୯୯୩-୧୯୯୬ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ ଚୀନ ସେନା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି । ଏହି ବୁଝାମଣାକୁ ଉଲ୍ଲଙ୍ଘନ କରି ଚୀନ ଅନେକ ସ୍ଥାନରେ କିଛି ବିବାଦୀୟ ନିର୍ମାଣ କାର୍ଯ୍ୟ କରିଛି । ଭାରତୀୟ କ୍ଷେତ୍ର ଫିଙ୍ଗର ୮ ପର୍ଯ୍ୟନ୍ତ ପରିବ୍ୟାପ୍ତ ଓ ଏହି ଅଞ୍ଚଳରୁ ଚୀନ ସେନାକୁ ତୁରନ୍ତ ହଟିଯିବାକୁ କୁହାଯାଇଛି । ସେନା ପ୍ରତ୍ୟାହାର ନେଇ ଭାରତ ନିଜର ଆଭିମୁଖ୍ୟ ପୁରା ସ୍ପଷ୍ଟ ରଖିଛି । ଏହି ଅଞ୍ଚଳରୁ ସେନା ପ୍ରତ୍ୟାହାର ହେବା ପରେ ପୂର୍ବ ଲାଦାଖ, ଡ଼େପସାଙ୍ଗ ଓ ଦୌଲତବେଗ ଓଲଡ଼ି ଅଞ୍ଚଳ ସମ୍ପର୍କରେ ଆଲୋଚନା ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories