www.samajalive.in
Wednesday, December 10, 2025
14.1 C
Bhubaneswar

ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ନିଖିଳ ଓଡ଼ିଶା ସୂଚନା ଅଧିକାର ମଞ୍ଚ

ରେଙ୍ଗାଲି: ଦେଶର ଖ୍ୟାତନାମା ଓକିଲ ପ୍ରଶାନ୍ତ ଭୂଷଣ ତାଙ୍କ ଟ୍ୱିଟର୍‍ ପେଜରେ କରିଥିବା ଦୁଇଟି ଟ୍ୱିଟ୍‍କୁ ନେଇ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯିବା ସହିତ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ବହୁ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷ ପ୍ରଶାନ୍ତ ଭୁଷଣଙ୍କ ସପକ୍ଷରେ ଛିଡା ହୋଇଛନ୍ତି। ତାଙ୍କ ସପକ୍ଷରେ ଛିଡା ହୋଇ ଭୂଷଣଙ୍କ ଟ୍ୱିଟ୍‍ ତାଙ୍କ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଅଟେ ବୋଲି କହିଛନ୍ତି। ବ୍ୟକ୍ତି ନିଜର ଅଭିବ୍ୟକ୍ତି ପ୍ରକାଶ କରିବା ପାଇଁ ସମ୍ବିଧାନ ଅଧିକାର ଦେଇଥିବା ବେଳେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ଦ୍ୱାରା ସମ୍ବିଧାନ ଦେଇଥିବା ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି। ଏହା ଅତି ଦୁର୍ଭାଗ୍ୟ ଜନକ ବୋଲି ସମ୍ବଲପୁର ଜିଲ୍ଲା ସୂଚନା ଅଧିକାର ମଞ୍ଚ କ୍ଷୋଭ ପ୍ରକାଶ କରି ଶ୍ରୀ ଭୂଷଣଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମାମାଲା ପ୍ରତ୍ୟାହାର କରିବାକୁ ଦାବୀ କରିଛି। ଜିଲ୍ଲା ସଭାପତି ହରିହର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବରିଷ୍ଠ ସଦସ୍ୟ ସରୋଜ ପୂଜାରୀ, ରମାକାନ୍ତ ମହାକୁଳ, ସୁଗତ ପଟେଲ, ଶୋଷିତ କୁମାର ନାଏକ, ପରଦେଶୀ ମିର୍ଦ୍ଧା, ମହମ୍ମଦ ମୁର୍ତ୍ତୁଜା, କିଶୋର ଦେହୁରୀ, ରବିନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories