www.samajalive.in
Monday, December 8, 2025
24.1 C
Bhubaneswar

ବିଶିଷ୍ଟ ଶିକ୍ଷାବିତ୍‍ ଭୁବନାନନ୍ଦ ପଟ୍ଟନାୟକଙ୍କ ପରଲୋକ

ଆଠଗଡ: ଆଠଗଡର ବିଶିଷ୍ଟ ଶିକ୍ଷାବିତ୍‍, ସାହିତ୍ୟିକ, ସମାଜସେବୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଭୁବନାନନ୍ଦ ପଟ୍ଟନାୟକଙ୍କର ୮୮ବର୍ଷ ବୟସରେ ପବିତ୍ର ଗଣେଶ ଚତୁର୍ଥୀ ତିଥିରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ନିଜ ଘରେ ରହି ଚିକିତ୍ସିତ ହେଉଥିବା ଶ୍ରୀ ପଟ୍ଟନାୟକ ଶନିବାର ଅପରାହ୍ନ ୨.୧୦ମିନିଟରେ ଇହଲୀଳା ସମ୍ବରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ ନିଜ ପୈତୃକ ଗ୍ରାମ ଘୋଡାବର ନିକଟସ୍ଥ ସୁବର୍ଣ୍ଣପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ସମୟରେ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ।

୧୯୯୩ ମସିହାରେ ଆଠଗଡ ବିଶ୍ୱନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ପଦବୀରୁ ଅବସର ଗ୍ରହଣ କରିବା ପରେ ଆଠଗଡର ବିଭିନ୍ନ ସଙ୍ଗଠନ ସହିତ ଜଡିତ ରହିଥିଲେ। ସେ ଆଠଗଡ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଂପାଦକ ବହୁ ବର୍ଷ ଧରି ରହିବା ସହିତ ବୁଦ୍ଧିଜୀବୀ ସଂଘ, ଯୋଗସେବା କେନ୍ଦ୍ର ସମେତ ବହୁ ସାହିତ୍ୟ ଓ ସାଂସ୍କୃତିକ ସଂଗଠନର ସକ୍ରିୟ ସଦସ୍ୟ ରହିଥିଲେ। ଆଠଗଡ ସାହିତ୍ୟ ସମାଜ ଦ୍ୱାରା ଭାବ ବିନୋଦିଆ ଉପାଧିରେ ଭୂଷିତ ହେବା ସହ ବହୁ ପୁରସ୍କାର ଓ ସମ୍ବର୍ଦ୍ଧନା ହାସଲ କରିଥିଲେ ସ୍ୱର୍ଗତ ପଟ୍ଟନାୟକ।

- Advertisement -

ତାଙ୍କ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ଆଠଗଡର ବିଶିଷ୍ଟ ବ୍ୟକ୍ତି, ଆଠଗଡ ସାହିତ୍ୟ ସମାଜ, ବୁଦ୍ଧିଜୀବୀ ସଂଘ, ଯୋଗସେବା କେନ୍ଦ୍ର ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ପର୍ଯ୍ୟାୟକ୍ରମେ ତାଙ୍କ ମହିଳା କଲେଜ ରାସ୍ତା ନିକଟରେ ଥିବା ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଶ୍ରୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେହିପରି ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ଦୁଃଖଦ ଖବର ଶୁଣି ସ୍ୱର୍ଗତ ପଟ୍ଟନାୟକଙ୍କ ବଡପୁଅ ଅଶୋକଙ୍କୁ ଫୋନ ଯୋଗେ ନିଜର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସହାନୁଭୁତି ଜଣାଇଥିଲେ। ସ୍ୱର୍ଗତ ଭୁବନାନନ୍ଦ ପଟ୍ଟନାୟକଙ୍କର ବିୟୋଗ ଆଠଗଡର ଶିକ୍ଷା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। କୋଭିଡ ୧୯ କଟକଣାକୁ ଅନୁପାଳନ କରି ମାତ୍ର ୨୦ଜଣ ଲୋକ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଆଠଗଡ ଶ୍ମଶାନକୁ ନେଇ ଶେଷକୃତ୍ୟ ସଂପନ୍ନ କରିଥିବାବେଳେ ବଡପୁଅ ଅଶୋକ ମୁଖାଗ୍ନି ଦେଇଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories