www.samajalive.in
Tuesday, December 9, 2025
15.1 C
Bhubaneswar

ପାରମ୍ପରିକ ଟେରାକୋଟା ଶୈଳୀରେ ପୂଜା ପାଇଲେ ଶ୍ରୀଗଣେଶ

ଭୁବନେଶ୍ୱର: ରାଜ୍ୟର ସବୁଆଡ଼େ କରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟ ବିଧିରକ୍ଷା ପାଇଁ ନିରାଡ଼ମ୍ବରଭାବେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ବିନାୟକ।
ଏଠାରେ ପୂଜା ପାଇଥିବା ଗଣେଶ ମୂର୍ତ୍ତିକୁ ଛାତ୍ର ପଙ୍କଜ କୁମାର ବେହେରା ନିଆରାଢଙ୍ଗ ଓ ଖୁବ୍‍ କମ୍‍ ସମୟରେ ଗଢ଼ିଛନ୍ତି। ଓଡ଼ିଶାର ପାରମ୍ପରିକ ଟେରାକୋଟା ଶୈଳୀରେ ଏହି ମୂର୍ତ୍ତି ଗଠନ କରିବାକୁ ପଙ୍କଜଙ୍କୁ ମାତ୍ର ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ଶୈଳୀରେ ମୂର୍ତ୍ତିଗଠନ କରି ପଙ୍କଜ ଆମ ପରମ୍ପରାକୁ ଋଦ୍ଧିମନ୍ତ କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ଦୁଇ ଫୁଟର ଏହି ଟେରାକୋଟା ଶୈଳୀର ମୂର୍ତ୍ତିରେ ସ୍ଥାନେ ସ୍ଥାନେ ହାଲୁକା ରଙ୍ଗର ପ୍ରୟୋଗ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସହ ୨ଜଣ ଅଧ୍ୟାପକ ସାମାଜିକ ଦୂରତା ରକ୍ଷାକରି ଗଣେଶଙ୍କୁ ଆରାଧନା କରିଥିଲେ ଏବଂ ଏପରି ବିଷମ ପରିସ୍ଥିତିରୁ ସମସ୍ତେ କିପରି ମୁକୁଳିବେ ସେଥିପାଇଁ ପ୍ରାର୍ଥନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories