www.samajalive.in
Sunday, December 14, 2025
26.1 C
Bhubaneswar

କୋଷାଗୁମୁଡା ବ୍ଳକର ୧୦ ଗାଁ ଜଳବନ୍ଦୀ, ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ନବରଙ୍ଗପୁର: ଜିଲାରେ ଲଗାଣ ବର୍ଷା ହୋଇଥିବା କାରଣରୁ କୋଷାଗୁମୁଡା ବ୍ଳକରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଏହି ବ୍ଳକର ୪ଟି ପଞ୍ଚାୟତର ୧୦ଟିଗାଁ ଜଳବନ୍ଧୀ ହୋଇ ରହିଛି। ଫଳରେ ଏହି ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ୧୦ଟି ଗ୍ରାମର ପ୍ରାୟ ୨୦୦୦ରୁ ଉର୍ଦ୍ଧ ଲୋକ ପ୍ରଭାବିତ ହୋଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ଗ୍ରାମଗୁଡିକ ବିଚ୍ଛିନ୍ନ ହୋଇଛି।

ଏହି ବ୍ଲକର ଉକିଆପାଲି ପଞ୍ଚାୟତର ଘାଟବାସୁଲି ଗାଁ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିବାବେଳେ ବିଞଲି ପଞ୍ଚାୟତର ଘାଟଚୁରା, ଆଳୁପଦର, ଘାଟକୁସୁମୀ, ବାୟାପୂଜାରୀଗୁଡା, କିଡିଙ୍ଗପଦର, ଅଁଳାଭଟା ଗ୍ରାମ, କେ.ସେମଲା ପଞ୍ଚାୟତର କଣ୍ଟାସାରୁଗୁଡା, ଘାଟୁଆଳିଗୁଡା ଓ ସାନଆମଡା, ପଞ୍ଚାୟତର ଘୁନ୍ଦ୍ରୀଗୁଡା ଜଳବନ୍ଦୀ ହୋଇରହିଛି। କେତେକ ଗ୍ରାମକୁ ଯାତାୟତ ରାସ୍ତା ମଧ୍ୟ ପାଣିରେ ବୁଡି ଯାଇଛି। ଫଳରେ ଗମନାଗମନରେ ବାଧାସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ଜିଲାର ଇନ୍ଦ୍ରାବତୀ, ଭାସ୍କେଲ, ଟୁରୀ ନଦୀର ପାଣି ମିଶୁଥିବାରୁ ପ୍ରତିବର୍ଷ ବର୍ଷା ଦିନରେ ଏଭଳି ଅଭାବନୀୟ ପରିସ୍ଥିତ ଦେଖାଦେଉଛି। ତେବେ ବ୍ଳକ ପ୍ରଶାସନ ପକ୍ଷରୁ ବିଡିଓ ସତ୍ୟନାରାୟଣ ମେହେର ଶୁଖିଲା ଖାଦ୍ୟ ଚୁଡା ଓ ଗୁଡ ଆଣି ପ୍ରଭାବିତ ଲୋକଙ୍କୁ ବଣ୍ଟନ କରିଛନ୍ତି। ତେବେ ପାଣିପାଗ ବିଭାଗ ପକ୍ଷରୁ ରେଡୱାର୍ଣ୍ଣି ଜାରି କରାଯାଇଥିଲେ ମଧ୍ୟ ଆଜି ବର୍ଷା କମିଯାଇଥିବାରୁ ଲୋକମାନେ ଆଶ୍ୱସ୍ଥି ଲାଭ କରିଛନ୍ତି। ତେବେ ଆଗକୁ ବର୍ଷାହେଲେ ଏହି ଅଞ୍ଚଳର ଆହୁରି ଅଧିକ ଗ୍ରାମ ଜଳବନ୍ଦୀ ହେବାର ଆଶଙ୍କା ଦେଖାଦେଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories