www.samajalive.in
Sunday, December 7, 2025
26.1 C
Bhubaneswar

ବେଆଇନ ପଥର ଚାଲାଣ ଟ୍ରକ୍‌ ଜବତ କଲେ ତହସିଲଦାର, ହତ୍ୟା ଧମକ ଦେଇ ଛଡ଼ାଇନେଲେ ଡ୍ରାଇଭର

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରି ଠାରେ ବେଆଇନ ଭାବେ ପଥର ଚାଲାଣ କରୁଥିବା ଦୁଇଟି ଗାଡିକୁ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଜବତ କରିଥିଲେ। କିନ୍ତୁ ଗାଡି ଦୁଇଟିର ଡ୍ରାଇଭର ଏବଂ ମାଲିକ ଲୋକମାନଙ୍କୁ ମେଳି କରି ତହସିଲଦାରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବଳପୂର୍ବକ ଗାଡିଦୁଇଟି ଛଡ଼ାଇନେବା ସହିତ ତହସିଲଦାରଙ୍କୁ ହତ୍ୟା ଧମକ ଦେଇଥିବାର ବାଘମାରି ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ତହସିଲଦାର ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
ଗତ ୮ତାରିଖ ଦିନ ବରପଦାଠାରେ ଥିବା ବେଆଇନ ଖଣିରୁ ଦୁଇଟି ୪୦୭ମିନିଟ୍ରକରେ ପଥର ବୋଝେଇ ହେଉଥିବାର ଖବର ପାଇ ତହସିଲଦାର ଏ ପି ଆର ପୋଲିସ ଚାରି ଜଣଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗାଡ଼ିଦୁଇଟିର ଡ୍ରାଇଭର ପୋଲିସଙ୍କୁ ଦେଖି ଗାଡି ଦୁଇଟିକୁ ବାଘମାରି ଅଭିମୁଖେ ନେଇ ପଳାଇଯାଇଥିଲେ। ଏହାପରେ ତହସିଲଦାର ତାଙ୍କୁ ଅନୁସରଣ କରି ବାଘମାରିଠାରେ ଗଡ଼ିଦୁଇଟିକୁ ଜବତ କରିଥିଲେ। କିନ୍ତୁ ଗାଡି ଦୁଇଟିର ଡ୍ରାଇଭର ଏବଂ ମାଲିକ ଲୋକମାନଙ୍କୁ ଏକତ୍ରିତ କରି ତହସିଲଦାରଙ୍କୁ ଘେରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହିପରି ଅଧଘଣ୍ଟା ପାଟିତୁଣ୍ଡ ଲାଗି ରହିବା ପରେ ସେମାନେ ଜୋରଜବରଦସ୍ତ ବଳପୂର୍ବକ ଗାଡି ଦୁଇଟି ନେଇଯାଇଥିଲେ। ଏହା ସହିତ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାପାଇଁ ଧମକ ଦେଇଥିଲେ ଏବଂ ତହସିଲଦାରଙ୍କ ଆସିବା ରାସ୍ତାକୁ ବନ୍ଦ କରି ଦେଇଥିଲେ। ଫଳରେ ତହସିଲଦାର ବାଧ୍ୟ ହୋଇ ବାଘମାରି ଥାନା ଅଧିକାରିଣୀଙ୍କୁ ଫୋନ କରିଥିଲେ। ଥାନା ଏସ ଆଇ ବ୍ରହ୍ମାନନ୍ଦ ସ୍ୱାଇଁ ଘଟଣାସ୍ଥଳକୁ ଯାଇ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ । ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ହତ୍ୟା ଧମକ ଦେବା ଏବଂ ଲୋକମେଳି କରି ବେଆଇନ ଭାବେ ପଥର ଚାଲାଣ କରୁଥିବା ଗାଡି ଦୁଇଟି ଛଡାଇ ନେବା ଅଭିଯୋଗରେ ଡ୍ରାଇଭର ଏବଂ ଗାଡିମାଲିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବେଗୁନିଆ ତହସିଲଦାର ବାଘମାରି ଥାନାରେ ଅଭିଯୋଗ କରିଛନ୍ତି। ଏହାସହିତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories