ମା’ ମୃତ୍ୟୁର ୧୨ଘଣ୍ଟା ପରେ ପୁଅର ମୃତ୍ୟୁ
ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡଆର୍ଯ୍ୟପଲ୍ଲୀ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଅସୁସ୍ଥ ମା’ର ମୃତ୍ୟୁର ୧୨ ଘଣ୍ଟା ପରେ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ସ୍ୱର୍ଗତ ଦେବରାଜ ନାୟକଙ୍କ ପତ୍ନୀ ଶଶୀ ନାୟକ କିଛି ଦିନ ହେଲା ଅସୁସ୍ଥ ଥିଲେ। ବୁଧବାର ରାତି ୧୦ଟାବେଳେ ଶଶୀଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ ପ୍ରାଣ ହରାଇବାର କିଛି ସମୟ ପରେ ପୁଅ ଅଭିମନ୍ୟୁ ମଧ୍ୟ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଏପରିକି ମା’ଙ୍କ ଶେଷକୃତ୍ୟ ହୋଇନଥିବାବେଳେ ଚିକିିତ୍ସା ପାଇଁ ପୁଅ ଅଭିମନ୍ୟୁଙ୍କୁ ଚିକିତ୍ସା ପାଇଁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ ଅଭିମନ୍ୟୁଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ପ୍ରଥମେ ମା’ଙ୍କ ଦେହାନ୍ତ ହୋଇଯାଇଥିବାବେଳେ ପୁଅ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବାରୁ ସେମାନଙ୍କ ସମ୍ପର୍କୀୟ ସମ୍ପର୍କୀୟ ପ୍ରଥମେ ଶଶୀଙ୍କ ଅନ୍ତିମ ସଂସ୍କାର କରିଥିଲେ। ଆଜି ପୂର୍ବାହ୍ନରେ ଅଭିମନ୍ୟୁଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ପୁଣି ଅପରାହ୍ନରେ ପୁଅର ଅନ୍ତିମ ସଂସ୍କାର କରିଥିଲେ।୧୨ ଘଣ୍ଟା ମଧ୍ୟରେ ମା’ ଓ ପୁଅଙ୍କ ମୃତ୍ୟୁ ହେବା ପରେ ଗ୍ରାମରେ ଏକପ୍ରକାର ଶେକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏହାସହିତ ଏବେ କରୋନା ମହାମାରୀ ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡିଥିଲେ। ସୂଚନାଯୋଗ୍ୟ, କିଛିଦିନ ହେବ ଉଭୟ ମା’ ଓ ପୁଅ ଜ୍ୱରରେ ପୀଡିତ ରହିବା ସହ ଔଷଧ ଖାଉଥିଲେ। ତେବେ ଅଳ୍ପ ଘଣ୍ଟା ମଧ୍ୟରେ ମା’ ଓ ପୁଅ ଙ୍କ ମୃତ୍ୟୁ ସାଧାରଣରେ ଆଲୋଚନାର ବିଷୟ ହୋଇଛି।
Comments are closed.