www.samajalive.in
Saturday, December 13, 2025
18.1 C
Bhubaneswar

ବଢୁଛି ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ହାତୀନଦୀ ଗର୍ଭକୁ ଛଡ଼ାଯାଉଛି ୨୧୬.୫୮କ୍ୟୁସେକ୍ ଜଳ

ମୁଖୀଗୁଡା: ଲଘୁଚାପଜନିତ ବର୍ଷା ଜୟପାଟଣା ଅଞ୍ଚଳରେ ଲାଗି ରହିଥିବା ଯୋଗୁଁ ବ୍ଲକରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୪ମି.ମି ବର୍ଷା ରେକର୍ଡ କରାଯାଉଛି। ହାତୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ ୮ଟା ସୁଦ୍ଧା ୬୩୪.୨୫ମିକୁ ପହଞ୍ଚିଛି। ହାତୀ ବ୍ୟାରେଜର ଜଳସ୍ତର ୨୬୧ ମି ରହିଥିବା ବେଳେ ହାତୀନଦୀ ଗର୍ଭକୁ ୨୧୬.୫୮କ୍ୟୁସେକ୍ ଜଳ ଛଡ଼ାଯାଉଛି। ଇନ୍ଦ୍ରାବତୀ ବାମ, ଡ଼ାହାଣ ଏବଂ ଲିଫ୍ଟ କେନାଲରେ ଜଳ ଯୋଗାଣ ବନ୍ଦକରାଯାଇଛି। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ପାୱାରହାଉସରୁ ଗତ କାଲି ୨୧୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଇଥିବା ବେଳେ ଆଜି ସକାଳୁ ୧୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ସୂଚନା ମିଳିଛି। ଡ୍ରେନେଜ ବ୍ୟବସ୍ଥା ବିପର୍ୟ୍ୟସ୍ତ ଯୋଗୁଁ ମୁଖୀଗୁଡା ଇରିଗେସନ କଲୋନି ଏବଂ ଷଣ୍ଢଛକ ପଛପଟ କେତେକ କ୍ୱାର୍ଟରକୁ ପାଣିପଶି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories