www.samajalive.in
Wednesday, December 10, 2025
14.1 C
Bhubaneswar

ସରକାରୀ ସହାୟତାରୁ ବଞ୍ଚିତ ଭିନ୍ନକ୍ଷମ ପରିବାର

କଳାପଥର : ରାଜ୍ୟରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ଆର୍ଥିକ ବିକାଶ ସହିତ ପକ୍କାଘର, ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ଅସହାୟଙ୍କୁ ଭତ୍ତା ଆଦି ଅନେକ ପ୍ରକାରର ଯୋଜନାରେ ସାମିଲ କରିବାପାଇଁ କେନ୍ଦ୍ରଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ହେଲେ ବିଡମ୍ବନାର ବିଷୟ ବାଙ୍କୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ବହୁ ଗରିବ ଅସହାୟ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି। ରାଜନୈତିକ ମାରପେଞ୍ଚ ନୀତିରେ ବିଚରା ଗରିବ ବଳିପଡି ଯାଉଛି। ବହୁ ଗାଁରେ ଅନେକ ଗରିବ ଲୋକଙ୍କୁ ମାଗଣାରେ ବାସ ଗୃହ ଖଣ୍ଡିଏ ମିଳିପାରୁନଥିବା ଦେଖିବାକୁ ମିଳୁଛି।

ବାଙ୍କୀ ଉପଖଣ୍ଡ ଡମପଡା ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ପ୍ରଧାନ ସାହିର ସଚ୍ଚିଦାନନ୍ଦ ରାଉତଙ୍କ ପରିବାରକୁ ଦେଖିଲେ ସରକାରୀ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠେ। ଉକ୍ତ ସାହିର ସଚ୍ଚିଦାନନ୍ଦ ରାଉତ ନିଜର ସ୍ତ୍ରୀ ଓ ଗୋଟିଏ ଭିନ୍ନ କ୍ଷମ ଝିଅକୁ ଧରି ବସବାସ କରନ୍ତି। ପୁଅ ବିଭା ହେବା ପରେ ବାପା, ମାଆଙ୍କୁ ପର କରି ଅନ୍ୟତ୍ର ରହୁଛି। ସଚ୍ଚିଦାନନ୍ଦଙ୍କ ବୟସ ୬୦ ପାଖାପାଖି ହୋଇଥିବାବେଳେ ସେ ପରର ମୁଲଲାଗି ପରିବାର ଚଳାନ୍ତି। ନିଜର ଘର କହିଲେ ଏକ ଭଙ୍ଗା ଦଦରା ଝାଟିମାଟିର ଘର। ନିଜେ ସଚ୍ଚିଦାନନ୍ଦ ମୁଲପାତି ଲାଗି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଅଭାବି ପରିବାର ପ୍ରତିପୋଷଣ ହୁଅନ୍ତି। ଝିଅ ଭିନ୍ନକ୍ଷମ ହୋଇଥିବାରୁ ସରକାରଙ୍କ ପକ୍ଷରୁ ମାସକୁ ପାଞ୍ଚ କିଲୋ ଚାଉଳ ଓ ୫୦୦ଟଙ୍କା ଭତ୍ତା ମିଳିଥାଏ। ଏହି ସହାୟତା ବ୍ୟତୀତ ତାଙ୍କୁ ଆଜି ପର୍ଯ୍ୟନ୍ତ ମାଗଣାରେ ଘର ଖଣ୍ଡିଏ ମିଳିପାରିନାହିଁ। ଅତ୍ୟନ୍ତ ଜରାଜିର୍ଣ୍ଣ ଅବସ୍ଥାରେ ନୂଆଣିଆ ଚାଳ ଘରେ ରହୁଥିବାବେଳେ ଘର ଛପର କରିବାକୁ ଅର୍ଥ ନଥିବାରୁ ଅନ୍ୟଠାରୁ ମାଗିଜାଚି ଚାଳଛପର ଘର ଉପରେ ପଲିଥିନ ଖଣ୍ଡିଏ ଘୋଡାଇଛନ୍ତି। ଏହା ନହୋଇ ଥିଲେ ମାଟି କାନ୍ଥର ଘର କେଉଁ ଦିନ ଠାରୁ ମାଟିରେ ମିଶି ଯାଆନ୍ତାଣି। ଏଭଳି ଏକ ଅଭାବୀ ପରିବାରକୁ ଆଜି ପର୍ଯ୍ୟନ୍ତ ବାସ ଗୃହ ଖଣ୍ଡିଏ ମିଳିନପାରିବା ସରକାରୀ ଯୋଜନାର ଉପହାସ ସଦୃଶ ହୋଇଛି। ଏ ସମ୍ପର୍କରେ ବିଡିଓ ଆର୍ତ୍ତବନ୍ଧୁ ଲେଙ୍କାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଟେଲିଫୋନ ରିସିଭ୍‍ କରୁନଥିବାରୁ ତାଙ୍କର ପ୍ରତିକ୍ରିୟା ସମ୍ଭବ ହୋଇପାରି ନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories