www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୬୨୧, ବୃଦ୍ଧି ପାଉଛି ଆରୋଗ୍ୟ ହାର

ରାଜ୍ୟରେ ଆଜି ୧୬ ଶହ ୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୪୬ ହଜାର ୯୩୫କୁ ବୃଦ୍ଧି ପାଇଛି। ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫, ଗଜପତିରୁ ୧୨୭ ଓ କଟକରୁ ୧୧୦ ଜଣ ସୁସ୍ଥ ହୋଇଛନ୍ତି।

- Advertisement -

ପୁରୀ ଜିଲ୍ଲାରୁ ୮୫, କୋରାପୁଟରୁ ୬୯, ନୂଆପଡ଼ାରୁ ୬୮, ବାଲେଶ୍ୱରରୁ ୬୬, ନୟାଗଡ଼ରୁ ୬୨, ବରଗଡ଼ରୁ ୫୪, କଳାହାଣ୍ଡିରୁ ୪୩, ସୁନ୍ଦରଗଡ଼ରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡ଼ାରୁ ୨୩, ଭଦ୍ରକରୁ ଓ ବଲାଙ୍ଗୀରରୁ ୨୨, ମୟୁରଭଞ୍ଜରୁ ୨୧, ଝାରସୁଗୁଡ଼ାରୁ ୨୦, ରାୟଗଡ଼ାରୁ ୧୮, କେନ୍ଦୁଝରରୁ ୧୭, ସମ୍ବଲପୁରରୁ ୧୪, ବୌଦ୍ଧରୁ ୧୧, ନବରଂଗପୁରରୁ ୮, ଜଗତସିଂହପୁରରୁ ୩, ସୁବର୍ଣପୁରରୁ ୨ ଏବଂ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି।

ଆଜି (ବୁଧବାର) ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ପରୀକ୍ଷାଗାରରେ ୧୦ ଲକ୍ଷ ୬୨ ହଜାର ୪୬୯ଟି ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ସଂଖ୍ୟା ୬୭ ହଜାର ୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ହଜାର ୯୩୫ ଜଣ ସୁସ୍ଥ ଓ ୩୭୨ ଜଣଙ୍କ ମୃତ୍ୟୁ ହେବା ପରେ ୧୯ ହଜାର ୭୬୧ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories