www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ ମିଳିତ ସହଯୋଗରେ ସ୍ୱତନ୍ତ୍ର ବିମାନରେ ଓମାନରୁ ପୁଣି ଫେରିଲେ ୧୮୦ ଶ୍ରମିକ

ବଡ଼ସାହି : ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ପାଇଁ ସମଗ୍ର ପୃଥିବୀ କବଳିତ। ବିଭିନ୍ନ କଳକାରଖାନା, ଉଦ୍ୟୋଗ ଭଳି କର୍ମ ସଂସ୍ଥାନ ମଧ୍ୟ ପ୍ରଭାବିତ। ବର୍ତ୍ତମାନ ସେଗୁଡ଼ିକ ବନ୍ଦ ଅବା ସ୍ୱାଭାବିକ କାର୍ଯ୍ୟ କରୁ ନଥିବାରୁ ସେଠାରେ ନିଯୁକ୍ତ କର୍ମଚାରୀ ଓ ଶ୍ରମିକ ଘରମୁହାଁ। ଦେଶ ଭିତରେ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ୍ ଓ ବସ୍ ଦ୍ୱାରା ଏପରି ପ୍ରବାସୀଙ୍କୁ ସେମାନଙ୍କ ଜନ୍ମମାଟିରେ ପହଞ୍ଚାଇବାରେ ସହଯୋଗ କରିଥିବା ଅନେକ ଉଦାହରଣ ରହିଛି। ସେହିପରି ବିଦେଶରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ସରକାର ବନ୍ଦେ ଭାରତ ଯୋଜନାରେ ଓ ଚଳଚ୍ଚିତ୍ର ତାରାକା ସୋନୁ ସୁଦ୍ ଭଳି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କିଛି ପ୍ରବାସୀ ଫେରିଛନ୍ତି। ତେବେ ପ୍ରଥମ ଥର ପାଇଁ ବିଦେଶରେ ଥିବା ଓଡ଼ିଆ ଭାଇମାନେ ମିଳିତ ଭାବେ ସହଯୋଗର ହାତ ବଢ଼ାଇ ଜୁଲାଇ ୧୦ତାରିଖରେ ୧୮୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସ୍ୱତନ୍ତ୍ର ବିମାନରେ ଓଡ଼ିଶା ପଠାଇଥିଲେ। ଗଲଫ ଦେଶ ଓମାନର ମସ୍କଟରୁ ସଲାମ ଏୟାର ବିମାନରେ ସେମାନେ ଆସି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ନିଜ ଘରକୁ ଯାଇଥିଲେ। ଅନୁରୂପ ଭାବେ ଆଜି ଆଉ ୧୮୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବୁଧବାର ଅପରାହ୍ଣ ୨ଟା ୩୦ମିନିଟରେ ଏହି ବିମାନ ମସ୍କଟରୁ ଉଡ଼ାଣ ଆରମ୍ଭ କରି ସନ୍ଧ୍ୟା ୭ଟା ୩୦ମିନିଟରେ ପହଞ୍ଚିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁର ଆଦି ଜିଲାର ଏହି ୧୮୦ଜଣ ଶ୍ରମିକ ଓମାନର ତୈଳ କମ୍ପାନୀ, ନିର୍ମାଣ ସଂସ୍ଥା, ସଫେଇ ସଂସ୍ଥା ଓ ହୋଟେଲ ଶିଳ୍ପରେ ଠିକାସଂସ୍ଥାଙ୍କ ଅଧୀନରେ ସେଠାରେ କାର୍ଯ୍ୟ କରୁଥିଲେ। ତେବେ ସେଠାରେ କରୋନାର ପ୍ରକୋପ ଭୟଙ୍କର ସ୍ଥିତିରେ ଥିବାରୁ ଉପରୋକ୍ତ ସଂସ୍ଥା ବନ୍ଦ ରହିଛି। କେନ୍ଦ୍ର ସରକାର ବନ୍ଦେ ଭାରତ ଯୋଜନାରେ ସେଠାରୁ ଏୟାର ଇଣ୍ଡିଆର ୨ଟି ସ୍ୱତନ୍ତ୍ର ବିମାନରେ ୩୬୦ଜଣ ପ୍ରବାସୀ ଶ୍ରମିକଙ୍କୁ ଆଣିଥିବାବେଳେ ପ୍ରଥମ ଥର ଓ ୨ୟ ଥର ୧୮୦ଜଣ ଲେଖାଏଁ ପ୍ରବାସୀଙ୍କ ଆସିବା ପାଇଁ ସେଠାରେ ଥିବା ଇଣ୍ଡିଆ ସୋସିଆଲ କ୍ଲବର ଓଡ଼ିଆ ୱିଙ୍ଗ୍‍ସ ସହାୟତାର ହାତ ବଢ଼ାଇଥିଲା ବୋଲିି ୱିଙ୍ଗ୍‍ସର କୋଷାଧ୍ୟକ୍ଷ ଜ୍ୟୋତିପ୍ରକାଶ ପଣ୍ଡା ଜଣାଇଛନ୍ତି। ତାଙ୍କ ଘର ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ମାଣତ୍ରୀରେ। ସେ ସେଠାରେ ୫ବର୍ଷ ଧରି ଏକ ଘରୋଇ କମ୍ପାନୀରେ ପ୍ରମୁଖ ପଦରେ କାର୍ଯ୍ୟ କରୁଛନ୍ତି। ତାଙ୍କ ଭଳି ସେଠାରେ କାର୍ଯ୍ୟରତ ଓଡ଼ିଶାର ୫୦୦ଜଣ ସଙ୍ଗଠନରେ ସଦସ୍ୟ ଥିବାବେଳେ ପ୍ରମୁଖ ନେତୃବୃନ୍ଦ ସଙ୍ଗଠନର ଆବାହକ ମନୋଜ ମହାପାତ୍ର, ସହ ଆବାହକ ସଞ୍ଜିତ ସ୍ୱାଇଁ, ସମ୍ପଦ କୁମାର ବଳ, ଅବଦୁଲ ଜାଭେଦ ଖାନ, ସାଗର ମହାପାତ୍ର, ବୁଲୁ ପ୍ରଧାନ, ପଦାରବିନ୍ଦ ବେହେରା ଓ ଲଲୁ ରଥ ମିଳିତ ହୋଇ ଭାରତ ସରକାର, ଓଡ଼ିଶା ସରକାର, ସଲାମ ଏୟାର ଓ ବିଶ୍ୱ ମାନବାଧିକାର ସଙ୍ଗଠନ (ଭାରତ)ଙ୍କ ଆଲୋଚନା କରି ଏହି ପ୍ରବାସୀଙ୍କ ଓଡ଼ିଶା ଫେରିବାରେ ସଫଳ ହୋଇଛନ୍ତି। ପ୍ରତି ଯାତ୍ରୀଙ୍କ ପାଇଁ ୧୩୦ ଓମାନ ମୁଦ୍ରା(ଅମାନରିଆଲ) ଯାହାକି ଭାରତୀୟ ମୁଦ୍ରାରେ ୨୫ହଜାର ୩୫୦ଟଙ୍କା ଭଡ଼ା ବାବଦକୁ ଖର୍ଚ୍ଚ ହୋଇଛି। ପ୍ରବାସୀଙ୍କ କମ୍ପାନୀ, କେତେ ଜଣ ନିଜସ୍ୱ ଓ ଆଉ କେତେ ଜଣଙ୍କ ଖର୍ଚ୍ଚ ଏହି ୱିଙ୍ଗ୍‍ସ ବହନ କରିଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ଏହି ୱିଙ୍ଗ୍‍ସ ପକ୍ଷରୁ କରାଯାଇଥିଲା। ଶ୍ରମିକମାନେ ଘରେ ପହଞ୍ଚି ସହଯୋଗର ହାତ ବଢ଼ାଇଥିବା ସମସ୍ତଙ୍କୁ ସାଧୁବାଦ ଜଣାଇଥିବାବେଳେ ୱିଙ୍ଗ୍‍ସକୁ ସହଯୋଗର ହାତ ବଢ଼ାଇଥିବା ସରକାରୀ ବେସରକାରୀ କର୍ତ୍ତୃପକ୍ଷଙ୍କୁ କମିଟି ପକ୍ଷରୁ କୃୃତଜ୍ଞତା ଜଣାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories