www.samajalive.in
Saturday, December 6, 2025
26.1 C
Bhubaneswar

ରାମ ମାଧବ ଓ ବୈଜୟନ୍ତଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ

ଭୁବନେଶ୍ବର : ମଣିପୁର କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ୫ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ଯୋଗଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂଙ୍କ ଉପସ୍ଥିତିରେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ ଓକ୍ରମ ହେନରୀ ସିଂ, ଓଇନାମ ଲୁଖୋଇ ସିଂ,  ନାମଥାଙ୍ଗ ହୋକିପ, ପାଓନାମ ବ୍ରଜେନ ଏବଂ  ଜିନସୁଆହୁଙ୍କୁ ବିଜେପିରେ ସାମିଲ କରାଇଥିଲେ। ବିଜେପିରେ ଯୋଗଦେବା ପରେ ସେମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ ଏବଂ ମଣିପୁର ତଥା ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ବିକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଅଭିଯାନ ନେଇ ଉତ୍ସାହ ପ୍ରକାଶ କରିଥିଲେ।
ନିକଟରେ ମଣିପୁରରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ କେନ୍ଦ୍ରୀୟ ନେତୃବୃନ୍ଦ ଶ୍ରୀ ପଣ୍ଡା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଦାୟିତ୍ବ ଦେଇଥିଲେ। ମଣିପୁରରେ ହୋଇଥିବା ଅସ୍ଥା ଭୋଟ୍‌ରେ ବିଜେପି ବିଜୟୀ ହୋଇଥିଲା। ଏହି ବିଧାୟକ ମାନେ ଭୋଟ ଦେବାରୁ ବିରତ ରହି ନିଜ ପଦରୁ ଇସ୍ତଫା ଦେଇଥିଲ। ଆଜି ଏହି ପୂର୍ବତନ ବିଧାୟକମାନେ ବିଜେପିର କେନ୍ଦ୍ରୀୟ କାର୍ଯାଳୟରେ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବୈଜୟନ୍ତ ପଣ୍ଡା ଏହି ନେତାମାନଙ୍କୁ ପିଜେପିର ଉତ୍ତରୀୟ ଦେଇ ପାର୍ଟିରେ ସାମିଲ କରାଇଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories