www.samajalive.in
Sunday, December 7, 2025
14.1 C
Bhubaneswar

ଆସୁଛି ନୂଆଁଖାଇ; ଦାଦନ ଦଲାଲ ସକ୍ରିୟ

ସୋନପୁର : ଆଉ ୪ ଦିନ ପରେ ନୂଆଁଖାଇ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଏହି ଗଣପର୍ବ କିନ୍ତୁ କରୋନା ମହାମାରୀ ଓ ଅନିୟମିତ ବର୍ଷା ଯୋଗୁ ଚାଷୀ ଓ ସାଧାରଣ ଲୋକଙ୍କ ଉତ୍ସାହକୁ ଫିକା କରିଛି। ଏତେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଗାଁ ଗାଁରେ ଦାଦନ ଶ୍ରମିକ ଦଲାଲ ମାତିଲେଣି। ଦଲାଲମାନେ ଗାଁ ଗାଁରେ ଡେରା ପକାଇ କିଛି ସ୍ଥାନୀୟ ବେକାର ଯୁବକଙ୍କୁ ହାତକରି ଶ୍ରମିକ ଯୋଗାଡ଼ରେ ବ୍ୟସ୍ତ ଥିବା ଦେଖାଯାଉଛି। ନୂଆଁଖାଇ ମାନିବା ପାଇଁ ଟଙ୍କା ଲୋଭ ଦେଖାଇ ଶ୍ରମିକଙ୍କୁ ଯାଚି କରି ଅଗ୍ରୀମ ଟଙ୍କା ଧରାଇ ଦେଉଛନ୍ତି। ଗରିବ ଓ ଖଟିଖିଆ ପରିବାରକୁ ନୂଆଁଖାଇ ପାଇଁ ଟଙ୍କା ଦରକାର ଥିବାରୁ ସେମାନେ ଦଲାଲଠୁ ଟଙ୍କା ନେଉଥିବା ଦେଖାଯାଉଛି। ଲକ୍‌ଡାଉନ୍‌ ଯୋଗୁଁ ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକ ପରିବାର ଏଠାରେ କାମଧନ୍ଦା ବିନା ହାତବାନ୍ଧି ବସିଛନ୍ତିି। ଏହି ବର୍ଗର ଶ୍ରମିକ ଦାଦନ ଦଲାଲଙ୍କ ଜାଲରେ ପଡୁଛନ୍ତି। ସେମାନଙ୍କ ରୋଜଗାର ଶୂନ୍ୟତା ଦାଦନ ଦଲାଲମାନଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଛି।
ସୋନପୁର ଜିଲାରୁ ଦାଦନ ଚାଲାଣ ହୁଏନି ବୋଲି ଜିଲା ପ୍ରଶାସନ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କରୋନା ପ୍ରଶାସନର ଦାବିକୁ ଭୁଲ୍‌ ପ୍ରମାଣିତ କରିସାରିଛି। ଏହି ଜିଲାର ୧୦ ହଜାରରୁ ଅଧିକ ଶ୍ରମିକ ଲକଡାଉନ ସମୟରେ ସରକାରୀ ବ୍ୟବସ୍ଥାରେ ଅନ୍ୟ ରାଜ୍ୟରୁ ଘରକୁ ଫେରିଥିଲେ। ଅନ୍ୟ ରାଜ୍ୟର ବିଭିନ୍ନ ପ୍ରକାର ଶିଳ୍ପ ସଂସ୍ଥାରେ କାମ କରି ଅାସୁଥିବା କୁଶଳୀ ଶ୍ରମିକମାନେ ଏଠାରେ ମନରେଗା କାମ କରିବାକୁ ମଙ୍ଗୁ ନାହାନ୍ତି। ସେମାନଙ୍କ କାର୍ଯ୍ୟଦକ୍ଷତା ଅନୁସାରେ ଏଠାରେ କର୍ମସଂସ୍ଥାନ ସୁଯୋଗ ନ ଥିବାରୁ ଏମାନେ ଦଲାଲ ହାବୁଡ଼ରେ ପଡ଼ି ନୂଆଁଖାଇ ପରେ ପୁଣି ଗାଁ ଛାଡ଼ି ଫେରିଯିବାକୁ ସଜବାଜ ହେଲେଣି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡୁଙ୍ଗୁରିପାଲି ଓ ବିନିକା ଜଳସେଚିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହି ଦୁଇ ବ୍ଲକରୁ ହିଁ ପ୍ରତି ବର୍ଷ ଅନେକ ଗରିବ ପରିବାର ଦାଦନ ଖଟିବାକୁ ଯାଉଥିବାରୁ ଜିଲାରେ ରୋଜଗାର ସୃଷ୍ଟି ପାଇଁ ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ବାସ୍ତବତାକୁ ନେଇ ସଂଶୟ ପ୍ରକାଶ ପାଉଛି। ଦାଦନ ଯିବା ଆଗରୁ ପଞ୍ଚାୟତ କାର୍ଯ୍ୟାଳୟରେ ନାମ ପଞ୍ଜିିକରଣ ବ୍ୟବସ୍ଥା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେଉଁ ପଞ୍ଚାୟତ କାର୍ଯ୍ୟାଳୟରେ କେତେ ଜଣ ଦାଦନ ରାଜ୍ୟ ବାହାରକୁ ଯିବା ପୂର୍ବରୁ ନାମ ପଞ୍ଜିକରଣ କରାଇଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ। ସରକାର ଦାଦନ ଭଳି ଏକ ସମ୍ବେଦନଶୀଳ ସମସ୍ୟା ରୋକିବାକୁ ଅନେକ ରୋଜଗାରଭିତ୍ତିକ ଯୋଜନା କାର୍ଯ୍ୟକାରୀ କରୁଥିବା କହୁଥିଲେ ହେଁ ତାହା ଗରିବ ଲୋକଙ୍କୁ ଯେ ଆକର୍ଷିତ କରିପାରୁନି ତାହା ଏଥିରୁ ଅନୁମାନ କରିହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories