www.samajalive.in
Thursday, December 11, 2025
16.1 C
Bhubaneswar

ଧନିକଙ୍କ ପରିବର୍ତ୍ତିତ ଜୀବନଶୈଳୀ

କରୋନା ମହାମାରୀ ସମସ୍ତ ବର୍ଗର ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଚଳିତ ବର୍ଷ ଆରମ୍ଭରୁ ଏଇ ମହାମାରୀର ପ୍ରକୋପ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚବେଳକୁ ବିଶ୍ବର ପ୍ରମୁଖ ରାଷ୍ଟ୍ର ଲକ୍‌-ଡାଉନ୍ ଘୋଷଣା କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ଲୋକେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଥିଲେ, କିନ୍ତୁ ପରେ ଲୋକେ ଏଥିରେ ଅଭ୍ୟସ୍ତ ହୋଇ ଆଗକୁ ବଢ଼ିବାକୁ ପଛଘୁଞ୍ଚା ଦେଇନଥିବାର ଦେଖାଯାଇଛି। ଆମେରିକାର ଧନିକଗୋଷ୍ଠୀ କରୋନା ସମୟରେ ନିଜ ପରିବର୍ତ୍ତିତ ଜୀବନଶୈଳୀକୁ ନେଇ ଚର୍ଚ୍ଚା ପରିସରରେ ଅଛନ୍ତି। ଏଇ ବିଦେଶୀ ଲୋକମାନେ ନିୟମିତ ପାର୍ଟି କରିବାକୁ ଖୁବ୍ ପସନ୍ଦ କରନ୍ତି। କରୋନାର ମୁଖ୍ୟ ନିୟମ ‘ସାମଜିକ ଦୂରତା’କୁ ଗୁରୁତ୍ବ ଦେଇ ଆମେରିକା, ଇଉରୋପର ପବ୍‌ଗୁଡ଼ିକ ବନ୍ଦ ରହିବାବେଳେ ଲୋକେ ଘରେ ପାର୍ଟି କରିବାକୁ ଭୟ କରିଥିଲେ। ଏବେ କିନ୍ତୁ ଏହାର ଅନ୍ୟ ଚିତ୍ରପଟ ଦେଖିବାକୁ ମିଳିଛି। ଧନିକ ବର୍ଗ ଘରେ ରାପିଡ୍ କରୋନା ଯାଞ୍ଚ କରାଇ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ପୂର୍ବ ପରି ସେମାନେ ନାଚ, ଗୀତ ପାର୍ଟିରେ ମନୋରଞ୍ଜନ କରୁଛନ୍ତି। କେତେଜଣ ଶିଳ୍ପପତି ପ୍ରାଇଭେଟ୍‌ ଜେଟ୍‌ରେ ନିଜ ବନ୍ଧୁଙ୍କୁ ନେଇ ଆମେରିକୀୟ ଦ୍ବୀପକୁ ଯାତ୍ରା କରୁଥିବାର ପ୍ରକାଶ। ‘ଉବର’ ନେଟୱାର୍କର ସହ-ସଂସ୍ଥାପକ ଭାବେ କାମ କରୁଥିବା ଟ୍ରାଭିସ୍ କାଲାନିକ୍ ନିଜ ଲସ୍‌ଆଞ୍ଜେଜଲସ୍‌ ଘରେ ନିୟମିତ ପାର୍ଟି କରି ବନ୍ଧୁଙ୍କୁ ନିମନ୍ତ୍ରଣ କରୁଛନ୍ତି। ୧୫ ମିନିଟ୍‌ରେ ରାପିଡ୍ କରୋନା ପରୀକ୍ଷଣ କରାଉଥିବା ବହୁମୂଲ୍ୟ ଯନ୍ତ୍ରର ସୁବିଧା ତାଙ୍କ ଘରେ ଉପଲବ୍ଧ। ଫେସବୁକ୍‌ର ସିିଓ ମାର୍କ ଜୁକରବର୍ଗ ଗତ ମାସରେ ସପରିବାର ନିଜ ଜେଟ୍‌ରେ ହାୱାଇ ଯାତ୍ରା କରିଥିଲେ। କରୋନା ସମୟରେ ନିଜ ମନୋରଞ୍ଜନ ପାଇଁ ଧନିକ ବର୍ଗ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବାର ଆମେରିକୀୟ ପତ୍ରିକାରେ ପ୍ରକାଶିତ। n

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories