ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ସମ୍ଭବ ନୁହେଁ: ଜେଟଲୀ

0

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ନେଇ ହୋଇ ଆସୁଥିବା ଦାବି ଉପରେ ବୁଧବାର କେନ୍ଦ୍ର ସରକାର ମୁହଁ ଖୋଲିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ କାର୍ଯ୍ୟକାରୀ କରାଯାଇଥିବାରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ। ସମ୍ବିଧାନର ନିୟମ ଅନୁଯାୟୀ କେବଳ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ତିନିଟି ପାର୍ବତ୍ୟ ରାଜ୍ୟକୁ ହିଁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇପାରିବ। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ପରିବର୍ତ୍ତେ ଏହାକୁ ଅନୁରୂପ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନାଇଡୁ କହିଛନ୍ତି ଯେ କେନ୍ଦ୍ର ସରକାର ଆନ୍ଧ୍ରବାସୀଙ୍କ ଭାବାବେଗକୁ ଅପମାନ କରିଛନ୍ତି। କେନ୍ଦ୍ରର ଏପରି କାର୍ଯ୍ୟ ଉପରେ ଟିଡିପି ଯଥା ସମୟରେ ଉପଯୁକ୍ତ ଜବାବ ଦେବ। ନାଇଡୁଙ୍କ ଏପରି ମନ୍ତବ୍ୟରୁ ଜଣାଯାଉଛି ଯେ ଆଗାମୀ ଦିନରେ ଟିଡିପି କେନ୍ଦ୍ରର ଶାସକ ମେଣ୍ଟ ଏନଡିଏରୁ ଓହରିଯାଇପାରେ।

Leave A Reply