www.samajalive.in
Friday, December 5, 2025
26.1 C
Bhubaneswar

କଟକରେ ଯୁବବର୍ଗ ଅଧିକ ଆକ୍ରାନ୍ତ: ଘରେ ଥିବା ଲୋକଙ୍କ ପାଇଁ ବିପଦ, ସତର୍କତା ଜରୁରୀ

ଭୁବନେଶ୍ବର: କଟକରେ ଯୁବ ବର୍ଗ ଅଧିକ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୧ରୁ୪୦ବର୍ଷ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। କାମ ପାଇଁ ଘରୁ ବାହାରୁଥିବାରୁ ଯୁବପିଢ଼ି ଅଧିକ ଆକ୍ରାନ୍ତ ହେଉଛନ୍ତି। ତେଣୁ ଘରେ ଥିବା ଲୋକଙ୍କ ପାଇଁ ବିପଦ, ସତର୍କତା ଜରୁରୀ। ତେଣୁ ଯୁବବର୍ଗ ସଚେତନ ହୁଅନ୍ତୁ ଏବଂ ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ସାହି ବସ୍ତିରେ ଅଧିକ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଉଛି। ଜ୍ବର, ଥଣ୍ଡା, କାଶ କିମ୍ବା ଅନ୍ୟ ରୋଗ ଥିଲେ ଟେଷ୍ଟିଂ ପାଇଁ ଗୁରୁତ୍ବ ଦିଆଯାଉଛି ବୋଲି କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି।
ଅଗଷ୍ଟ ୮ରୁ ୧୪ ମଧ୍ୟରେ ୬୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୭ ପ୍ରତିଶତ ଅର୍ଥାତ ୧୬୫ ଜଣ କଣ୍ଟେନମେଣ୍ଟ ଜୋନରୁ ସଂକ୍ରମିତ ହୋଇଥିବାବେଳେ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ୧୭୪ ଜଣ, ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ କ୍ବାରେଣ୍ଟାଇନ୍‌ରୁ ୧୨୭ ଜଣ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ ୧୨୭ ଜଣ ସଂକ୍ରମିତ ହୋଇଛନ୍ତି।
କଟକ ସହରର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ କରୋନା ଟେଷ୍ଟିଂ କରାଯିବ। ସହରରେ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଆଣ୍ଟିଜେନ, ଟ୍ରନାଟ ଓ ଆରଟିପିସିଆର ଟେଷ୍ଟିଂ ବଢ଼ିଛି। ଟେଷ୍ଟିଂ ବଢ଼ିଥିବାରୁ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିଛି। ବିଭିନ୍ନ ସ୍ଥାନରେ ଶିବିରମାନ ଆୟୋଜନ କରାଯାଇ ଅଧିକ କୋଭିଡ୍‌ ଟେଷ୍ଟିଂ କରାଯାଉଛି। ଯେଉଁ ଅଞ୍ଚଳରେ ଜ୍ୱର, କାଶ ଆଦି କରୋନା ଲକ୍ଷଣ ରୋଗୀ ଅଛନ୍ତି, ସେଭଳି ସ୍ଥାନରେ ଟେଷ୍ଟିଂକୁ ଅଧିକ ଗୁୁରତ୍ୱ ଦିଆଯାଉଛି।
କଟକରେ ହୋମ ଆଇସୋଲେସନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଥି ପାଇଁ କମିଟି ଗଢ଼ାଯାଇଛି। ହୋମ ଆଇସୋଲେସନ ପାଇଁ କିଟ୍‌ ଦିଆଯାଉଛି। ଲୋକଙ୍କୁ ସତେଚନ କରିବା ପାଇଁ ଆମେ ସେମିନାର ବଦଳରେ ୱେବିନାର ଆୟୋଜନ କରୁଛୁ। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଆଲୋଚନା ଜାରି ରହିଛି। ଜ୍ୱର, କାଶ ଆଦି ଲକ୍ଷଣ ନ ଲୁଚାଇ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ। ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଆକ୍ରାନ୍ତ ରୋଗୀ ପ୍ଲାଜ୍‌ମା ଦାନ କରନ୍ତୁ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ଆହ୍ବାନ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories