www.samajalive.in
Saturday, December 6, 2025
26.1 C
Bhubaneswar

୬୦ ହଜାର ଟପିଲା ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ରାଜ୍ୟରୁ ସର୍ବାଧିକ ୨୯୨୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ୬୦ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ସର୍ବାଧିକ ୨୯୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୮୧୫ ଜଣ କ୍ବାରେଣ୍ଟାଇନରୁ ରହିଥିବା ବେଳେ ୧୧୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରବିବାର ରାଜ୍ୟରୁ ଚିହ୍ନଟ ୨୯୨୪ କରୋନା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୮୮ ରହିଥିବା ବେଳେ ଗଞ୍ଜାମରୁ ୩୧୮,ଯାଜପୁରରୁ ୨୦୦,କଟକରୁ ୧୮୯,ସୁନ୍ଦରଗଡରୁ ୧୬୧, ନୟାଗଡରୁ ୧୪୨, ପୁରୀରୁ ୧୪୪,ରାୟଗଡାରୁ ୧୧୬,ମୟୂରଭଞ୍ଜରୁ ୧୩୬, ଭଦ୍ରକରୁ ୧୦୭, ବାଲେଶ୍ଵରରୁ ୧୨୭,କୋରାପୁଟରୁ ୯୫,ମାଲକାନଗିରିରୁ ୯୩,କେନ୍ଦ୍ରାପଡାରୁ ୬୦,ଗଜପତିରୁ ୭୧,ଅନୁଗୁଳରୁ ୩୭, ବରଗଡରୁ ୪୮, ବଲାଙ୍ଗୀରରୁ ୨୭, ବୋଦ୍ଧରୁ ୮, ଦେବଗଡରୁ ୧୬, ଢେଙ୍କାନାଳରୁ ୪୦, ଜଗତସିଂପୁରରୁ ୪୭,ଝାରସୁଗୁଡାରୁ ୩୦, କଳାହାଣ୍ଡିରୁ ୨୭,କନ୍ଧମାଳରୁ ୫୦,କେନ୍ଦୁଝରରୁ ୨୬,ନବରଙ୍ଗପୁରରୁ ୨୬,ନୂଆପଡାରୁ ୨୦,ସମ୍ବଲପୁରରୁ ୩୭ ଏବଂ ସୋନପୁରରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି।

- Advertisement -


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୯ ଲକ୍ଷ ୮ ହଜାର ୫୦୮ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୬୦ ହଜାର ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଥିବା ବେଳେ ୩୪୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୫୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୮ ହଜାର ୯୨୮ ଜଣ ଚିକିତ୍ସିତ ହେଉଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories