www.samajalive.in
Wednesday, December 10, 2025
16.1 C
Bhubaneswar

ଅନଲାଇନ ପାଠପଢ଼ା ଦୂରର କଥା, ବିଏସଏନଏଲର ୧୨ଘଣ୍ଟିଆ ସେବା ପାଇଁ ଚିନ୍ତିତ ବାପା-ମା’

ବଡ଼ସାହି: ବର୍ତ୍ତମାନ କରୋନା ସଂକ୍ରମଣ ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଚାଲିଛି। ଛୋଟ ପିଲା ପାଖରୁ ବଡ଼ ଯାଏଁ ମୋବାଇଲରେ ଶିକ୍ଷାଗ୍ରହଣର ବିକଳ୍ପ ବାଛିଛନ୍ତି। ତେବେ ବାପା-ମା’ଙ୍କ ମୋବାଇଲ ଉପରେ ନିର୍ଭର ପିଲାମାନେ ନେଟୱାର୍କ ସିଗନାଲ ରହୁ ନଥିବାରୁ ୨୪ଘଣ୍ଟିଆ ସେବା ପରିବର୍ତ୍ତେ ୧୨ଘଣ୍ଟିଆ ସେବା ଉପରେ ନିର୍ଭଶୀଳ ରହୁଥିବାରୁ ପିଲା ଓ ଅଭିଭାବକ ସମସ୍ତେ କ୍ଷତିଗ୍ରସ୍ତ।

ଏହା କୌଣସି ଉପାନ୍ତ ବା ବଣ ପାହାଡ଼ ଘେରା ଅଞ୍ଚଳର ସମସ୍ୟା ନୁହେଁ। ମୟୂରଭଞ୍ଜ ଜିଲାର ଉନ୍ନତ ଅଞ୍ଚଳର ଦୈନନ୍ଦିନ ଘଟଣା। ଏଠି ଦିନରେ ମିଳୁଛି ସେବା, ହେଲେ ସନ୍ଧ୍ୟା ଠାରୁ ସକାଳ ପର୍ଯ୍ୟନ୍ତ ୧୨ଘଣ୍ଟା ରାତ୍ରକାଳୀନ ସେବାରୁ ବଞ୍ଚିତ ସମସ୍ତ ବିଏସଏନଏଲ ଉପଭୋକ୍ତା। ଯାହା ପାଇଁ କ୍ଷତିଗ୍ରସ୍ତ ଅଭିଭାବକ ବର୍ତ୍ତମାନ ବିକଳ୍ପ ଘରୋଇ କମ୍ପାନୀ ମୁହାଁ ହେଲେଣି।

- Advertisement -

ଭାରତୀୟ ଦୂରସଞ୍ଚାର ନିଗମ(ବିଏସଏନଏଲ)ର ମୟୂରଭଞ୍ଜ ଜିଲା, ବେତନଟୀ ଉପଖଣ୍ଡ ଏକ୍ସଚେଞ୍ଚ ଅଧୀନରେ ଥିବା ବେତନଟୀ, ବୈଶିଙ୍ଗା, ଚିତ୍ରଡ଼ା, ବରକନ୍ଦ, କେସିପୁର, ଅଁଳା, ନଡ଼ପୁର ଓ ମାଣତ୍ରୀ ଏକ୍ସଚେଞ୍ଚର ୮୦ହଜାରରୁ ଊର୍ଦ୍ଧ୍ବ୍ୱର୍ ଉପଭୋକ୍ତା ସପ୍ତାହ ବ୍ୟାପୀ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି। ଦାୟିତ୍ୱରେ ଥିବା ଏସଡ଼ିଓଙ୍କୁ ପଚାରିବାରୁ ବିଭାଗର ଅକ୍ଷମତା ପଦାକୁ ଆସିଛି। ବଜ୍ରପାତ ପାଇଁ ଏକ୍ସଚେଞ୍ଜର ବିଦ୍ୟୁତ ଟ୍ରାନ୍ସଫର ଅଚଳ ହୋଇଛି। ବିକଳ୍ପ ଟ୍ରାନ୍ସଫରମର ପହଞ୍ଚି ନଥିବାରୁ ଏକ୍ସଚେଞ୍ଚରେ ଥିବା ଡ଼ିଜି ଦିନତମାମ ଚାଲୁଛି। ଫଳରେ ସ୍ୱାଭାବିକ ସେବା ମିଳୁଛି। ପରନ୍ତୁ ତେଲ ଅଭାବ ପାଇଁ ସନ୍ଧ୍ୟାରୁ ସକାଳ ୧୨ଘଣ୍ଟା ଡ଼ିଜି ବନ୍ଦ ପାଇଁ ରାତ୍ରକାଳୀନ ସେବା ବ୍ୟାହାତ ହେଉଛି। ଶୁକ୍ରବାର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଏସଡ଼ିଓ କହିଛନ୍ତି।

ଏହି ଏକ୍ସଚେଞ୍ଚ ଅଧନରେ ଉପରୋକ୍ତା ଅଞ୍ଚଳରେ ୨୫ରୁ ଊର୍ଦ୍ଧ୍ବ ମୋବାଇଲ ଟାୱାର ରହିଛି। ସେଗୁଡ଼ିକରେ ମଧ୍ୟ ବେଟାରୀ ବେକଅପ୍‍ ନଥିବାରୁ ମୋବାଇଲ ସିଗନାଲ ରହୁନାହିଁ। ବ୍ରଡ଼ବ୍ୟାଣ୍ଡ ସଂଯୋଗ ମଧ୍ୟ ବିଚ୍ଚିନ୍ନ ହେଉଛି। ସର୍ବପୁରାତନ ତଥା ଅନ୍ୟ ଘରୋଇ ନେଟୱାର୍କ ତୁଳନାରେ ସ୍ୱଳ୍ପ ଖର୍ଚ୍ଚରେ ମୋବାଇଲ ବ୍ୟବହାରକାରୀ ଉପଭୋକ୍ତା ବର୍ତ୍ତମାନ ବିଏସଏନଏଲର ଗ୍ରାହକ ମାରଣ ନୀତିର ଶିକାର ହେଉଛନ୍ତି। ଜାଣିଶୁଣି ସରକାରଙ୍କ ସଂସ୍ଥାରୁ ଗ୍ରାହକ ମାନେ ବିମୁଖ ହୋଇ ଘରୋଇ ନେଟୱାର୍କକୁ ଯିବାକୁ ଏପରି କରାଯାଉଛି ବୋଲି ବରିଷ୍ଠ ବିଜେଡ଼ି ନେତା ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅର୍ଜ୍ଜୁନ ଚନ୍ଦ୍ର ଦଳେଇ କହିଛନ୍ତି। ପ୍ରାୟ ସମସ୍ତ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନେ ଭାରତୀୟ ଦୂରସଞ୍ଚାର ନିଗମ ବା ବିଏସଏନଏଲ ଉପରେ ନିର୍ଭଶୀଳ ଥିବା ବେଳେ ବେତନଟୀ ପରି ବ୍ୟବସାୟିକ ପେଣ୍ଠ ସ୍ଥଳରେ ବିଭାଗର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅଗାମୀ ଦିନରେ ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories