ଫୁଲବାଣୀ: କନ୍ଧମାଳ ଜିଲା କୋଟଗଡ଼ରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଅଞ୍ଚଳବାସୀ ତ୍ରାହି ତ୍ରାହି ଡ଼ାକ ଦେଲେଣି। ବର୍ଷା ଯୋଗୁଁ ବିଶେଷ କରି ମାଟିଝାଟିରେ ଥିବା ଘରର ପରିବାରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଲଗାଣ ବର୍ଷା ଫଳରେ ଅନେକଙ୍କ ଘରେ ପାଣି ପଶିଯାଇଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ଆଉ ଏକ ବଡ଼ ସମସ୍ୟା ହୋଇଛି। ବର୍ଷା ଯୋଗୁଁ ସ୍ଥାନୀୟ ଶଗଡ଼ିଆ ସାହିର ଛାୟା ନାୟକ, କୌଶଲ୍ୟା ନାୟକ ଓ ସନ୍ୟା ନାୟକଙ୍କ ଭଳି ଅନେକଙ୍କ ଘରେ ପାଣି ପଶିଯିବା ସହିତ ବହୁ ମାଟି ଘର ମଧ୍ୟ ଭାଙ୍ଗିରୁଜି ଯାଇଥିବାର ଖବର ମିଳିଛି। ଏ ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଦୃଷ୍ଟି ଦେଇ ସରକାରୀ ସହାୟତା ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଛି।
Popular Categories



