www.samajalive.in
Friday, December 12, 2025
16.1 C
Bhubaneswar

୪ଘଣ୍ଟା ପ୍ରବଳ ବର୍ଷାରେ ଆଠଗଡ ଅଞ୍ଚଳ ବେହାଲ, ଜନଜୀବନ ଅସ୍ତବ୍ୟସ୍ତ

ଆଠଗଡ : ଆଠଗଡ ଅଞ୍ଚଳରେ ଗୁରୁବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁଶଳ ଧାରାରେ ବର୍ଷା ହେବା ଫଳରେ ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଅବସ୍ଥା ବେହାଲ ହୋଇପଡିଛି। ରାସ୍ତାଘାଟରେ ପ୍ରବଳ ପାଣି ଜମି ରହିବା ସହ ତଳିଆ ଅଞ୍ଚଳରେ ଲୋକଙ୍କ ଘରଦ୍ୱାରରେ ପାଣି ପସି ନାହିଁ ନଥିବା ପରିସ୍ଥିତ ସୃଷ୍ଟି ହୋଇଛି। ଆଠଗଡ ସହରର ବୀରକିଶୋରପୁର ଠାରୁ ଚାନ୍ଦବାଲି ଛକ ପର୍ଯ୍ୟନ୍ତ ରାସ୍ତାର ଥିବା ଘର ଗୁଡିକରେ ପାଣି ପସି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଚାନ୍ଦବାଲି ଛକ ନିକଟରେ ରାସ୍ତା ଉପରେ ୩-୪ଫୁଟ ପାଣି ଜମି ରହିଛି। ଚାନ୍ଦବାଲିଛକ ବଜାରରେ ପ୍ରାୟ ସମସ୍ତ ଦୋକାନରେ ପାଣି ପସିଥିବାବେଳେ ରାସ୍ତାରେ ଗାଡିମଟର ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆଠଗଡ ଏକ ମୁଣ୍ଡିଆ ଅଞ୍ଚଳ ହୋଇଥିବାବେଳେ ଉଚ୍ଚରୁ ନିଚ୍ଚାକୁ ପାଣି ପ୍ରବାହିତ ହେବାଲାଗି ଥିବା ବହୁ ପ୍ରାକୃତିକ ନାଳଗୁଡିକ ଅଧିକାଂଶ ସ୍ଥାନରେ ଅବରୋଧ ହୋଇ ସେଥିରେ ଗୃହ ନିର୍ମାଣ କରାଯାଇଥିବାରୁ ଜଳ ନିଷ୍କାସନ ଏଠାରେ ଏକ ସମସ୍ୟା ରୂପେ ଉଭା ହୋଇଛି। ଏବେ ପ୍ରାକୃତିକ ନାଳ ସବୁକୁ ପୋତି ନିର୍ମାଣ କରାଯାଇଥିବାରୁ ପ୍ରବଳ ବର୍ଷା ସମୟରେ ଲୋକମାନଙ୍କ ଘରଦ୍ୱାର ଓ ରାସ୍ତାଘାଟରେ ଘଣ୍ଟା ଘଣ୍ଟା ଧରି ଜଳ ଜମି ରହୁଥିବା ଦେଖାଯାଉଛି।

ଗୁରୁବାର ଅପରାହ୍ନରେ ପ୍ରବଳ ଘଡଘଡି ସହ ମୁଷଳ ଧାରାରେ ବର୍ଷା ହେବା ଫଳରେ ବୀରକିଶୋରପୁର, ଚାନ୍ଦବାଲି ଛକ ବ୍ୟତୀତ ଗଦାସାହି, ପଦ୍ମସାହି, ରାସରସିକପୁର, ୪ନଂ ୱାର୍ଡ ଅନ୍ତର୍ଗତ ହରିଜନବସ୍ତି, କନ୍ତୋଲର ୩ଟି ୱାର୍ଡରେ ରାସ୍ତା ଓ ନାଳ ପାଣି ଏକାକାର ହୋଇ ଲୋକମାନଙ୍କ ଘରେ ପସି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଗ୍ରାମାଞ୍ଚଳଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି। ଆଠଗଡ ସହର ମଧ୍ୟଦେଇ ପ୍ରବାହିତ ହେଉଥିବା ସାପୁଆନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଉଥିବାରୁ ଆଠଗଡ ସହରର ୭ଟି ୱାର୍ଡ ଓ ଅନେକ ଗ୍ରାମାଞ୍ଚଳ ଏଥିରେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ଜାରି ରହିଥିବାରୁ ଆଗାମୀ କାଲି ସୁଦ୍ଧା ସାପୁଆନଦୀ ଓ କଣ୍ଟିଆନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଯାଉଛି। ପରିସ୍ଥିତି ପ୍ରତି ତୀକ୍ଷ୍ମ ନଜର ରଖାଯାଇଛି ଏବଂ ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଦରକାର ପଡିଲେ ସେମାନଙ୍କୁ ରିଲିଫ ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories