www.samajalive.in
Sunday, December 14, 2025
18.1 C
Bhubaneswar

ସୂକ୍ଷ୍ମ କଳା ବାଉଁଶ କାରିଗର ଏବେ ଦୁର୍ଦିନରେ; କରୋନା ଭାଙ୍ଗିଛି ରୋଜଗାର

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ତାଳବସ୍ତ ଗାଁ। ଏ ଗାଁରେ ବାଉଁଶ, ବେତ ଓ ଟେରାକୁଟାକୁ ବୃତ୍ତି କରି ଜୀବିକା ବିତାଉଛନ୍ତି ୩୦୦ରୁ ଅଧିକ ପରିବାର। ଏଥିପାଇଁ ତାଳବସ୍ତ ଏକ ସୂକ୍ଷ୍ମ ଶିଳ୍ପ କଳାର ଗାଁ ବୋଲି ଅଂଚଳରେ ନୁହେଁ ବରଂ ରାଜ୍ୟରେ ନାଁ କରିଛି। ବେତ ଓ ବାଉଁଶର ଘର ସୈାନ୍ଦର୍ଯ୍ୟ ଉପକରଣ ପ୍ରସ୍ତୁତି ଏବଂ ବିକ୍ରିବଟା କରି ୨୦୦ ପରିବାର ରୋଜଗାର ପାଇ କରନ୍ତି। ବିଡମ୍ବନାର ବିଷୟ ଦୀର୍ଘ ୫ମାସ ଧରି କୋଭିଡ-୧୯ ପ୍ରଭାବରେ କୁଟୀର ଶିଳ୍ପର କାରିଗରମାନେ ରୋଜଗାର ଓ ଜୀବିକା ହରାଇ ଦୁର୍ଦିନରେ ସରକାରୀ ସାହାଯ୍ୟ ଓ ପ୍ରୋତ୍ସାହନ ଏମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପରି। ହାତବାନ୍ଧି ବସିଛନ୍ତି ପରିବାର ସହିତ ଗାଁର ବହୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ।  ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଅନୁରୂପ ବେତ ଓ ବାଉଁଶ କାମ କରି ପେଟ ପୋଶୁଥିବାବେଳେ କରୋନା ପ୍ରଭାବରେ ଠପ୍ ହୋଇଛି ଅନୁଷ୍ଠାନ କାର୍ଯ୍ୟ। ବାଉଁଶ କଳାରେ ନିଜର କଳାଚାତୁରୀରେ ରାଜ୍ୟ ସ୍ତରୀୟ ସୁନାମ ଅର୍ଜନ କରିଥିବା ଶିଳ୍ପୀ ଏକାଦଶୀ ବାରିକ ଏବେ ବାଉଁଶ ସାମଗ୍ରୀ ଧରି ଘରେ ବସିଛନ୍ତି। ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟ କିମ୍ବା ରାଜ୍ୟ କାର୍ଯ୍ୟାଳୟର କାରିଗର ଏବଂ ବାଉଁଶ ଶିଳ୍ପର ପ୍ରସାର ପାଇଁ କୈାଣସି ସହଯୋଗ ପାଉନଥିବା ସମ୍ପର୍କରେ ଆମ ପ୍ରତିନିଧିଙ୍କୁ କହିଛନ୍ତି। ଏବେ ଘରେ ତାଙ୍କର ପଡି ରହିଛି ହଜାର ହଜାର ଟଙ୍କା ସୂକ୍ଷ୍ମ କଳାର ସାମଗ୍ରୀ। ବାଉଁଶ ନିର୍ମିତ କାନ ଝରା, ଚୁଡି, ହାର, ଘର ସଜବାଜ ଉପକରଣ, ଟୋପି, ଲଣ୍ଠନ, ଲାଇଟ୍‍ ଷ୍ଟାଣ୍ଡ, ଫୁଲ ଦାନୀ, ମହାପୁରୁଷଙ୍କ ଫଟୋ, ବିଭିନ୍ନ ପ୍ରକାରର ମୂର୍ତ୍ତୀ, ପଶୁ ଓ ପକ୍ଷୀଙ୍କର ସାମଗ୍ରୀ ଗୁଡିକ ବିକ୍ରି ନହୋଇ ପଡି ରହିଛି। କୋଭିଡ ଲକ୍‍ଡାଉନ ପ୍ରଭାବରେ ହାଟ, ବଜାର, ମେଳା, ମହୋତ୍ସବ, ପ୍ରଦର୍ଶିନୀ ପ୍ରଭାବିତ ହେତୁ କେହି ଆସୁ ନାହାନ୍ତି ସାମାଗ୍ରୀ ନେବା ପାଇଁ। ନିଜ ପରିବାର ସହିତ ୩୦ ପରିବାରକୁ ରୋଜଗାର ଯୋଗାଉଥିବା କ୍ଷାତି ସମ୍ପର୍ଣ୍ଣ ଏକାଦଶଶୀ ବାରିକ ଏବେ ରୋଜଗାର ହରାଇ ଦୁର୍ଦିନରେ ଥିବା କହିଛନ୍ତି। ସରକାରୀ ପ୍ରଶିକ୍ଷଣ ଏବଂ ଥଇଥାନ କେବଳ କାଗଜପତ୍ରରେ ସୀମିତ ଥିବା ଅଭିଯୋଗ ଆଣିଛନ୍ତି। ତଥାପି କଳାକୁ ବଞ୍ଚାଇବା ପାଇଁ କର୍ତ୍ତବ୍ୟ ଜାରି ରଖି ଆଗାମୀ ଦିନରେ ବାଉଁଶରେ ବ୍ଲେଜର ଓ ଶାଢି ବୁଣି ଆର୍ନ୍ତଜାତୀୟ ପ୍ରଦର୍ଶନୀକୁ ପଠାଇବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି। ସରକାରୀ ସାହାଯ୍ୟ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦେଲେ ଆଗାମୀ ଦିନରେ ତାଳବସ୍ତ ଗ୍ରାମର ବେତ, ବାଉଁଶ ଓ ଟେରାକୁଟା କାରିଗରମାନଙ୍କର ରୋଜଗାର ବଢିବା ସହିତ ପାରମ୍ପରିକ କଳା, ପେଶା, ବେଉସାର ଓ କୈାଳିକ ବୃତ୍ତି ସୁରକ୍ଷିତ ରହିବ ବୋଲି ଶ୍ରୀ ବାରିକ ଅନୁରୋଧ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories