ବିନ୍ଦି ଲଗାଇବାରୁ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ମାଦ୍ରାସାରୁ ବାହାର କରିଦେଲେ

0

ତିରୁଅନନ୍ତପୁରମ : ମଥାରେ ଚନ୍ଦନ ଟିକା ଲଗାଇବାରୁ ଉତ୍ତର କେରଳର ଏକ ମାଦ୍ରାସା କର୍ତ୍ତୃପକ୍ଷ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ବହିଷ୍କାର କରିବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀର ବାପା ଉମାର ମାଲାୟିଲ ଏନେଇ ମାଦ୍ରାସାକୁ ଭର୍ତ୍ସନା କରିଛନ୍ତି। ସେ ଫେସ୍‍ବୁକ୍‍ରେ ଝିଅର ଚନ୍ଦନ ବିନ୍ଦି ପିନ୍ଧା ଏକ ଫଟୋ ପୋଷ୍ଟ କରିଥିବାବେଳେ ଏହା ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ଏହି ଫଟୋ ଓ ପୋଷ୍ଟକୁ ୨,୭୦୦ ଜଣ ସେୟାର କରିଥିବାବେଳେ ୭,୫୦୦ ଲାଇକ ମିଳିଛି। ଉମାର ତାଙ୍କ ଫୋଷ୍ଟରେ ଲେଖିଛନ୍ତି ଯେ ସାଂସ୍କୃତିକ ଓ ଅନ୍ୟ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ କେବଳ ଏକ ବିନ୍ଦି ପିନ୍ଧିଥିବାରୁ ତାଙ୍କ ଝିଅକୁ ମାଦ୍ରାସାରୁ ବହିଷ୍କାର କରାଯାଇଛି। ତ୍ରୁଟିଶୂନ୍ୟ ପ୍ରତିଭା ସତ୍ତ୍ବେ ତାଙ୍କ ଝିଅକୁ ମାଦ୍ରାସାରୁ ବହିଷ୍କାର କରାଯିବା ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ମାଦ୍ରାସା ବିରୋଧରେ ଉମାରଙ୍କ ସ୍ୱର ଉତ୍ତୋଳନକୁ ଅନେକ ଫେସ୍‍ବୁକ୍‍ ବ୍ୟବହାରକାରୀ ସମର୍ଥନ ଜଣାଇଛନ୍ତି। ଉଲ୍ଲେଖ ଯେ ମାଦ୍ରାସାରେ ଗୀତ ଗାନ ଏବଂ ନୃତ୍ୟ, ଅଭିନୟ ଭଳି କାର୍ଯ୍ୟକ୍ରମରେ ଉମାରଙ୍କ ପଞ୍ଚମ ଶ୍ରେଣୀରେ ପଢୁଥିବା ଝିଅ ଭାଗନେଇଥିଲା। ଏଥିପାଇଁ ସେ ନିଜ ମଥାରେ ଏକ ଚନ୍ଦନ ବିନ୍ଦି ପିନ୍ଧିଥିଲା। ଛାତ୍ରୀ ଜଣକ ମାଦ୍ରାସାସ୍ତରୀୟ ପ୍ରତିଯୋଗିତାରେ ଅନେକ ପୁରସ୍କାର ଜିତିଛି। ତେବେ କେତେକ ଫେସ୍‍ବୁକ୍‍ ବ୍ୟବହାରକାରୀ ମାଦ୍ରାସାର ପଦକ୍ଷେପକୁ ଠିକ୍‍ ବୋଲି କହିଛନ୍ତି। ସରିଆ ଆଇନରେ ବିନ୍ଦି ପିନ୍ଧିବା ଅଣଇସଲାମିକ ବା ମୁସଲମାନ ଧର୍ମ ବିରୋଧୀ ହୋଇଥିବାରୁ ଛାତ୍ରୀ ଜଣକୁ ମାଦ୍ରାସାରୁ ବହିଷ୍କାର କରାଯିବା ସଠିକ ବୋଲି କେତେକ ଫେସ୍‍ବୁକ ବ୍ୟବହାରକାରୀ ମତବ୍ୟକ୍ତ କରିଛନ୍ତି।

kalyan agarbati
Leave A Reply