ଇଂଲଣ୍ଡ-ସ୍ୱିଡେନ୍ ଏବଂ ରୁଷିଆ-କ୍ରୋଏସିଆ ମଧ୍ୟରେ କ୍ୱାର୍ଟରଫାଇନାଲ ମୁକାବିଲା କ୍ରୀଡ଼ାନିଉଜ ଆଲର୍ଟବଡ଼ ଖବର By Samaja Digital Last updated Jul 7, 2018 0 Share ସାମାରା/ସୋଚି : ଚଳିତ ଫୁଟ୍ବଲ ବିଶ୍ୱକପ୍ର ୩ୟ କ୍ୱାର୍ଟରଫାଇନାଲରେ ଶନିବାର ଇଂଲଣ୍ଡର- ସ୍ୱିଡେନ୍ ଏବଂ ରୁଷିଆ-କ୍ରୋଏସିଆ ମଧ୍ୟରେ ମୁକାବିଲା ହେବ । ଇଂଲଣ୍ଡ ଓ ସ୍ୱିଡେନ୍ ମ୍ୟାଚ୍ରେ ସମସ୍ତେ ଇଂଲଣ୍ଡକୁ ଫେଭରିଟ୍ର ମାନ୍ୟତା ଦେଇଥାନ୍ତି । କିନ୍ତୁ ରେକର୍ଡ ସ୍ୱିଡେନ୍ ସପକ୍ଷରେ। ଅଦ୍ୟାବଧି ସ୍ୱିଡେନ୍ କୌଣସି ମ୍ୟାଚ୍ରେ ପରାସ୍ତ ହୋଇନାହିଁ ଏବଂ ୪ଟିଯାକ ମ୍ୟାଚ୍ ଜିତିଛି। ଯେଉଁ ଗ୍ରୁପ୍ରେ ବିଶ୍ୱ ଚମ୍ପିଆନ୍ ଜର୍ମାନୀ ଥିଲା; ସ୍ୱିଡେନ୍ ସେହି ଗ୍ରୁପ୍ରେ ଚମ୍ପିଆନ୍ ହୋଇଥିଲା। ଗତ ୧୮ ମାସ ହେଲା ଆନ୍ତର୍ଜାତିକ ସ୍ତରରେ ସ୍ୱିଡେନ୍ ନିୟମିତ ଭାବେ ଭଲ ପ୍ରଦର୍ଶନ କରିଛି। ୨୦୧୬ ୟୁରୋ କପ୍ ପରଠାରୁ ପର୍ତ୍ତୁଗାଲ, ଫ୍ରାନ୍ସ ଓ ଇଟାଲୀ ପରି ଦଳଙ୍କୁ ସ୍ୱିଡେନ୍ ପରାସ୍ତ କରିଛି। Related Posts ବାୟୁସେନା ଦଳ ଉପରେ ଆକ୍ରମଣ ଘଟଣା, ସାମ୍ନାକୁ… May 8, 2024 ଇସ୍ତଫା ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା May 8, 2024 ସେହିପରି ୪ର୍ଥ କ୍ୱାର୍ଟରଫାଇନାଲରେ ରୁଷିଆ-କ୍ରୋଏସିଆ ମଧ୍ୟରେ ମୁକାବିଲା ହେବ । ଫିଫା ବିଶ୍ୱକପ୍ର ଆୟୋଜକ ରୁଷିଆ ପ୍ରିକ୍ୱାର୍ଟରଫାଇନାଲରେ ସ୍ପେନ୍କୁ ହରାଇବା ପରେ ଆଉ ପଛକୁ ଫେରି ଚାହିଁବାକୁ ରାଜି ନୁହେଁ। ସମ୍ମୁଖରେ କ୍ରୋଏସିଆ ପରି ଦଳ ଥିବା ବେଳେ ଏହାକୁ ପରାସ୍ତକରି ସେମିଫାଇନାଲ ଖେଳିବା ଲକ୍ଷ୍ୟରେ ଶନିବାର ପଡ଼ିଆକୁ ଓହ୍ଲାଇବ ରୁଷିଆ। ଘରୋଇ ଦଳ ପଛରେ ପ୍ରବଳ ସମର୍ଥନ ମିଳିବ; ଯାହା ଖେଳାଳିଙ୍କୁ ଉତ୍ସାହିତ କରିବ। ପ୍ରିକ୍ୱାର୍ଟରଫାଇନାଲରେ ସ୍ପେନ୍କୁ ହରାଇବା ପରେ ରୁଷିଆ ଦଳଠାରୁ ଏହାର ପ୍ରଶଂସକ ବହୁତ କିଛି ଆଶା ରଖିଛନ୍ତି। 0 Share FacebookTwitterWhatsApp