www.samajalive.in
Sunday, December 14, 2025
19.1 C
Bhubaneswar

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

ଜଗତସିଂହପୁର: ଜଗତସିଂହପୁର ଜିଲା ବାଲିକୁଦାଥାନା ଅନ୍ତର୍ଗତ ସଦେଇପୁର ଗାଁରେ ବୁଧବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ବାମୀକୁ ଟାଙ୍ଗିଆରେ ହାଣି ସ୍ତ୍ରୀ ହତ୍ୟା କରିଥିବା ଜଣାପଡ଼ିଛି । ମୃତ ସ୍ବାମୀର ନାମ ଶୁଶାନ୍ତ ସାମଲ ଓ ସ୍ତ୍ରୀର ନାଁ ସବିତା ସାମଲ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ଶୁଶାନ୍ତ ଅଧିକାଂଶ ସମୟରେ ମଦ୍ୟପାନ କରି ସବିତାଙ୍କୁ ଗାଳିଗୁଲଜ କରିଥାନ୍ତି। ମଦ ପିଇବାକୁ ନେଇ ଉଭୟଙ୍କ ଭିତରେ ସବୁ ବେଳେ ଝଗଡ଼ା ହୁଏ।  ନିୟମିତ ଭାବେ ଶୁଶାନ୍ତ ତାଙ୍କ ସ୍ତ୍ରୀ ସବିତା ଓ ତାଙ୍କର ଦୁଇ ଝିଅଙ୍କୁ ମାଡ଼ ମାରିଥାନ୍ତି। ଏହାକୁ ନେଇ ଗତକାଲି ଉଭୟ ଶୁଶାନ୍ତ ଓ ସବିତାଙ୍କ ମଧ୍ୟରେ ପୁଣି କଳହ ହୋଇଥିଲା। ସ୍ବାମୀ ରାତିରେ ଶୋଇଯିବାପରେ ସ୍ତ୍ରୀ ତାଙ୍କ ଘରେ ଥିବା ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାପରେ ସ୍ତ୍ରୀ ସବିତା ବାଲିକୁଦା ଥାନାରେ ଆତ୍ମସମର୍ପଣ କରିଛି।। ସୂଚନା ଆଧାରରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି ।

- Advertisement -

 

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories