www.samajalive.in
Friday, December 12, 2025
15.1 C
Bhubaneswar

ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ; ଚାଷ କାମ ନସରୁଣୁ ଧାନବିକ୍ରି ପଞ୍ଜିକରଣ

ରେଙ୍ଗାଲି : ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ଖରିଫ ଚାଷ ବିଳମ୍ବିତ ହୋଇଛି। ରେଙ୍ଗାଲି ବ୍ଳକଜ୍ ରେ ଏପର୍ଯ୍ୟନ୍ତ ରୁଆ ଏବଂ ବେଉଷଣ କାମ ସରି ନାହିଁ। ଚାଷୀ ଚାଷ କାମ ରେ ଧାନ ବିଲ ରେ ବ୍ୟସ୍ତ ଥିବା ବେଳେ ଅଗଷ୍ଟ ୧୫ ତାରିଖ ମଧ୍ୟ ରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜିକରଣ/ନବୀକରଣ ସକାଶେ ସରକାର ଅନ୍ତମ ତାରିଖ ଧାର୍ଯ୍ୟ କରିବା ଚାଷି ଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ଭଲି କଷ୍ଟ ହେଉଛି। ବିଲ ର ଚାଷ କାମଧନ୍ଦା ଛାଡି ଚାଷୀ ମାନେ ସେବା-ସମବାୟ ସମତି ରେ ଯାତ୍ରା ଭଲି ଭିଡ ଜମାଇ ସକାଲୁ ସେବା-ସମବାୟ ସମିତି ରେ ରୁଣ୍ଡ ହେଉଥିବାର ଦେଖିବାକୁ ମିଳୁଛି। ଧାନ ଚାଷ ସରିନାହିଁ। ଧାନ ଅମଳ ହେବା କୁ ଆହୁରି ପ୍ରାୟ ୨ମାସ ସମୟ ବାକି ରହିଥିବା ବେଳେ ଅଗଷ୍ଟ ୧୫ ତାରିଖ ମଧ୍ୟ ରେ ଧାନବିକ୍ରି ପାଇଁ ନାମ ପଞ୍ଜିକରଣ ସକାଶେ କାହିକି ଅନ୍ତିମ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ସଚେତନ ଚାଷୀ ମହଲ ରେ ପ୍ରଶ୍ନ ହେଉଛି। ଧାନ ବିକ୍ରି ପାଇଁ ପଞ୍ଜିକରଣ ଅବଧି ଅତିକମ୍ ରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଲଇଡା ସେବା-ସମବାୟ ସମିତି ର ପୂର୍ବତନ ସଭାପତି ସରୋଜ କୁମାର ପୂଜାରୀ,ଲଇଡା କୃଷକ ସଙ୍ଗଠନ ର ସଭାପତି ସଲିଲ କୁମାର ନାଏକ.ପୂର୍ବତନ ସଭାପତି ପ୍ରକାଶକୁମାର ବେହେରା, ସମ୍ପାଦକ ରାଜେଶକୁମାର ପୃଷ୍ଟି, କୋଷାଧ୍ୟକ୍ଷ ଶୋଷିତ କୁମାର ନାଏକ ପ୍ରମୁଖ ଦାବୀ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories