ମୁମ୍ବଇ : ଲାକ୍ଷାଦ୍ୱୀପ ଦ୍ୱୀପୁପୁଞ୍ଜ ନିକଟବର୍ତ୍ତୀ ଆରବ ସାଗରରେ ମଙ୍ଗଳବାର ଏକ ପଣ୍ୟବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ୧୩ ଜଣ ଭାରତୀୟଙ୍କ ସମେତ ମୋଟ ୨୭ ଜଣ ନାବିକ ଥିଲେ। ଏମାନଙ୍କ ମଧ୍ୟରୁ ଭାରତୀୟ ତଟରକ୍ଷୀ ବାହିନୀ ୨୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଏପର୍ଯ୍ୟନ୍ତ ଅନ୍ୟ ଚାରିଜଣ ନିଖୋଜ ଅଛନ୍ତି। ନିଖୋଜ ନାବିକମାନେ ଭାରତୀୟ ବୋଲି ଆଶଙ୍କା କରାଯାଉଛି। ସିଙ୍ଗାପୁରରୁ ଏହି ଜାହାଜଟି ସୁଏଜ୍ ଅଭିମୁଖେ ଯାତ୍ରା କରୁଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ସୁଦ୍ଧା ଜାହାଜର ଉପରିଭାଗକୁ ନିଆଁ ସ୍ପର୍ଶ କରିବାପରେ କ୍ୟାପଟେନ ସମେତ ସବୁ ନାବିକମାନେ ଅନୋନ୍ୟପାୟ ହୋଇ ସମୁଦ୍ରକୁ ଲମ୍ଫପ୍ରଦାନ କରିଥିଲେ। ବୁଧବାର ସକାଳେ ପୁଣି ତଲାସି ଅଭିଯାନ ଆରମ୍ଭ ହୋଇଛି।
Popular Categories



