ବୁରହାନଙ୍କ ବାର୍ଷିକୀରେ ସେନା ଓ ପଥର ଫିଙ୍ଗାଳି ମୁହାଁମୁହିଁ: ଜଣେ ନାବାଳିକା ସହ ୩ମୃତ
ଶ୍ରୀନଗର:ଜମ୍ମୁ କାଶ୍ମୀରରେ କୁଲଗାମ ଜିଲାରେ ଶନିବାର ସେନାର ସର୍ଚ ଅପରେସନ୍ ଚାଲିଥିବାବେଳେ ସେନା ଓ ପଥରଫିଙ୍ଗାଳି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅବଶ୍ୟ ସେନା ପକ୍ଷରୁ ପଥର ଫିଙ୍ଗାଳିଙ୍କୁ ହଟାଇବାକୁ ଉଦ୍ୟମ କରାଯାଇ ଥିଲା। ତେବେ ପଥର ଫିଙ୍ଗାଳିଙ୍କ ଆକ୍ରମଣକୁ ପ୍ରତିରୋଧ କରିବାକୁ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇ ଥିଲା। ଏଥିରେ ଜଣେ ନାବାଳିକ ଝିଅଙ୍କ ସମେତ ୩ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ କୁଲଗାମ ଓ ଅନନ୍ତନାଗ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଏହି ମୁହାଁମୁହିଁ ପରିସ୍ଥିତିରେ ୩ଯବାନଙ୍କ ସମେତ ୧୩ଜଣ ଆହତ ହୋଇଛନ୍ତି।
ଆତଙ୍କବାଦୀ ବୁରହାନ ବାନୀ ଦ୍ୱିତୀୟ ବାର୍ଷିକୀ ହେତୁ ହିଜବୁଲ ପକ୍ଷରୁ କାଶ୍ମୀରର ସମ୍ପୃକ୍ତ ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇ ଥିଲା। ସେନାର ସର୍ଚ ଅପରେସନକୁ ବନ୍ଦ ସମର୍ଥକଙ୍କ ପକ୍ଷରୁ ଆକ୍ରମଣ କରାଯାଇ ଥିଲା। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଲଗାଯିବାସହ ରବିବାର ଅମରନାଥ ଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି।