ପ୍ରାୟଶ୍ଚିତ୍ତ

0

ଜାରକ ଖାଁ ନାମକ ଜଣେ ଲୁଟେରା ଥିଲା। ହତ୍ୟା, ଲୁଣ୍ଠନ ଦ୍ବାରା ସେ ଏଭଳି ଆତଙ୍କ ସୃଷ୍ଟି କରିଥିଲା ଯେ ଲୋକେ ତା’ର ନାଁ ଶୁଣିଲେ ଥରହର ହେଉଥିଲେ। ଭାରତର ପଶ୍ଚିମୋତ୍ତର ସୀମାନ୍ତ କ୍ଷେତ୍ରରେ ସେ ଆତଙ୍କ ଚଳାଇଥିଲା ନିରଙ୍କୁଶ ଭାବରେ। ଏକଦା ସେ ଜଣେ ନିର୍ଦୋଷ, ନିରାପରାଧ ସନ୍ଥଙ୍କୁ ବିନା କାରଣରେ ହତ୍ୟା କଲା। ଜଣେ ନିଷ୍କଳୁଷ, ସଂସାରବୈରାଗୀ ସନ୍ଥଙ୍କୁ ହତ୍ୟା କରି ସେ ମହାଭୁଲ କରିଥିବାରୁ ଅନୁତପ୍ତ ହେଲା। ଅନୁତାପାନଳରେ ଜଳିଜଳି ସେ ଏହାକୁ ଗୋପନ ନରଖି ନିଜ ପିତାଙ୍କ ଆଗରେ ସବୁ କଥା କହିଥିଲା। ପିତା ଏହା ଜାଣିବାପରେ ପୁଲିସରେ ଖବର ଦେଇଥିଲେ। ନ୍ୟାୟାଳୟରେ ବିଚାର ହୋଇ କଠୋର ଦଣ୍ଡରେ ଦଣ୍ଡିତ କରାଗଲା ଜାରକକୁ। ଜେଲର ଚାରିକାନ୍ଥ ଭିତରେ ଆବଦ୍ଧ ଥିବା ସମୟରେ ତା’ର ଭିତରେ ଥିବା ନାରକୀୟ ପ୍ରବୃତ୍ତି ମରିଯାଇଥିଲା, ପରନ୍ତୁ ଜଣେ ବୀର, ଯୋଦ୍ଧାର ଶକ୍ତି ଜୀବିତ ଥିଲା।
ସେ ସମୟରେ ବିଶ୍ବରେ ଜାପାନର ହିଟଲରଙ୍କ ପ୍ରଭାବକୁ ପ୍ରତିହତ କରିବାକୁ ଇଂରେଜମାନଙ୍କ ପାଇଁ ଯୋଦ୍ଧା ସୈନିକଙ୍କ ଆବଶ୍ୟକତା ଅନୁଭୂତ ହେଉଥାଏ। ଜାରକ ଇଂରେଜମାନଙ୍କ ସମ୍ମୁଖରେ ନିଜର ପ୍ରସ୍ତାବ ରଖିଥିଲା ଜଣେ ସୈନିକ ଭାବରେ ଇଂରେଜମାନଙ୍କ ପକ୍ଷରୁ ଲଢ଼ିବା ପାଇଁ। ଏହାକୁ ଇଂରେଜମାନେ ଆଗ୍ରହରେ ସ୍ବୀକାର କରିନେଇଥିଲେ। ଜାରକକୁ ଗୁଳିଗୋଳା ତଥା ଗରିଲା ଯୁଦ୍ଧ ତାଲିମ ଦିଆଯାଇ ସେନାରେ ଭର୍ତ୍ତି କରାଯାଇଥିଲା। ସୈନିକ ଭାବରେ ବର୍ମା କ୍ଷେତ୍ରରେ ଯୁଦ୍ଧ କରିବା ପାଇଁ ତାକୁ ଦଳସହିତ ପ୍ରେରଣ କରାଯାଇଥିଲା। ୬ ଅପ୍ରେଲ ୧୯୪୩ ମସିହାରେ ଜାରକ ନିଜର ଗୋର୍ଖା ସାଥୀମାନଙ୍କସହ ଜାପାନୀ ଶତ୍ରୁ ସେନାର ମୁକାବିଲା କରିବା ନିମନ୍ତେ ଆଗୁଆ ଅଞ୍ଚଳକୁ ଯାଇଥି​‌େ​‌ଲ। ପ୍ରତ୍ୟାବର୍ତ୍ତନ ସମୟରେ ଦେଖିବାକୁ ପାଇଲେ ତାଙ୍କର ମୂଳ ଶିବିରକୁ ଜାପାନୀ ସେନା ଅଧିକାର କରି ନେଇଛନ୍ତି। ଗୁଳି ବିନିମୟରେ ତା’ର ଏଗାରଜଣ ସାଥୀ ପ୍ରାଣ ହରାଇଛନ୍ତି ଓ ସୈନ୍ୟ ଦଳର ନାୟକଙ୍କ ସହିତ କିଛି ସାଥିଙ୍କୁ ଜାପାନୀ ସେନା ବନ୍ଦୀ କରି ନିର୍ଯାତନା ଦେଉଛନ୍ତି।
ଜାରକ ଚାହିଁଥିଲେ ନିର୍ବିଘ୍ନରେ ସେଠାରୁ ଖସି ଚାଲିଯାଇ ଥାନ୍ତେ, କିନ୍ତୁ ଦଳର ନାୟକ ଓ ସାଥିମାନେ ବନ୍ଦୀ ଅବସ୍ଥାରେ ଥାଇ ନିର୍ଯାତନା ଭୋଗ କରୁଥିବାବେଳେ ଭୀରୁ ଭଳି ଚାଲିଯିବାକୁ ପସନ୍ଦ କରିନଥିଲେ। ସେମାନଙ୍କୁ ବଞ୍ଚାଇବା ନିମନ୍ତେ ସେ ନିର୍ଣ୍ଣୟ ନେଇଥିଲେ। ତଦନୁଯାୟୀ ନିଜର ସାଥିମାନଙ୍କୁ କହିଥିଲେ ତୁରନ୍ତ ଅଧିକ ସୈନ୍ୟ ପ୍ରେରଣ କରିବା ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ। ଅଧିକ ସୈନ୍ୟ ପହଞ୍ଚିବା ପର୍ଯ୍ୟନ୍ତ ସେ ଜାପାନୀ ସୈନ୍ୟଙ୍କୁ ନିୟନ୍ତ୍ରଣରେ ରଖିବେ ବୋଲି କହିଥିଲେ। ତଦନୁଯାୟୀ ​‌େ​ସ ନିଜେ ଜାପାନୀ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଜାପାନୀ ସୈନ୍ୟ ଏବେ ନାୟକଙ୍କୁ ଛାଡ଼ି ତାଙ୍କୁ ନିର୍ଯାତନା ଦେଇ ତଥ୍ୟ ଆଦାୟ କରିବାରେ ଲାଗିଲେ। ତେବେ କେତେବେଳେ ଅଧିକସଂଖ୍ୟକ ସହାୟକ ସୈନ୍ୟ ସେଠାରେ ପହଞ୍ଚିଥିଲେ ଓ ବନ୍ଦୀଥିବା ଇଂରେଜ ସୈନ୍ୟଙ୍କସହ ନାୟକଙ୍କୁ ସୁରକ୍ଷିତ ଭାବରେ ମୁକାଳିଥିଲେ ତାହା ଜାଣିବାକୁ ଜାରକ ଜୀବିତ ନଥିଲେ। ଏହି ଅବଧି ଭିତରେ କଠୋର ନିର୍ଯାତନା କାରଣରୁ ତାଙ୍କର ପ୍ରାଣ ପକ୍ଷୀ ପଞ୍ଜୁରି ଛାଡ଼ି ଉଡ଼ିଯାଇଥିଲା। ଜାରକଙ୍କ ଅ​‌େ​‌ନ୍ତ୍ୟଷ୍ଟି ପୂର୍ଣ୍ଣ ସୈନିକ ସମ୍ମାନ ସହକାରେ ଅନୁଷ୍ଠିତ ହୋଇଥିଲା। ତାଙ୍କର ପ୍ରାୟଶ୍ଚିତ୍ତ ସଂପୂର୍ଣ୍ଣ ହୋଇଥିଲା ସେଚ୍ଛାକୃତ ଭାବରେ କଠୋର ନିର୍ଯାତନା ସହି ମରଣକୁ ବରଣ କରିବାରେ।

kalyan agarbati
Leave A Reply