www.samajalive.in
Sunday, December 14, 2025
26.1 C
Bhubaneswar

 ବାମରାରେ ଡବଲ ମର୍ଡର: ବଡ଼ଭାଇ ଓ ପୁତୁରାକୁ ହତ୍ୟା, ଭାଉଜ ଗୁରୁତର

ବାମରା: ସମ୍ବଲପୁର ଜିଲା ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଅନ୍ତର୍ଗତ ତାଲଡ଼ିହି ସ୍କୁଲପଡ଼ାରେ ଘଟିଥିବା ହତ୍ୟାକାଣ୍ଡରେ ବଡ଼ଭାଇ ଓ ପୁତୁରାଙ୍କ ମୃତ୍ୟୁ ହୋଇଥିବାବେଳେ ଭାଉଜ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଗୋବିନ୍ଦପୁର ପୁଲିସ ସାନଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର, ମହୁଲପାଲି ଆଇଆଇସି ଜ୍ୟୋତ୍ସ୍ନାରାଣୀ ବେହେରା ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ବାମରା ତହସିଲଦାର ଅନିଲ କୁଲୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ସମ୍ବଲପୁରରୁ ଅତିରିକ୍ତ ଏସପି ଉଗ୍ରସେନ ପ୍ରଧାନ ଫରେନସିକ ଟିମ୍‍ ସହ ସେଠାରେ ପହଞ୍ଚିଛନ୍ତି।
ସୂଚନାନୁଯାୟୀ, ବଡ଼ ପୁଅ ଦିଲୀପ ମାଝି (୨୮), ବୋହୂ ସରିତା (୨୨) ଓ ନାତି ବିଶ୍ୱରାଜ (୩)ଙ୍କୁ ହତ୍ୟା କରାଯାଇଥିବା ନେଇ ଦିଲୀପଙ୍କ ମାଁ ମଙ୍ଗଳବାର ସକାଳେ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ତାଲଡିହି ସ୍କୁଲପଡ଼ା ଘରେ ପହଞ୍ଚି ଖୋଜାଖୋଜି କରିବା ସହ ସାନଭାଇ ସନାତନ(୨୦)ଙ୍କୁ ପଚରାଉଚୁରା କରିବାରୁ ସେ ସେମାନଙ୍କୁ ମାରି ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରର ପାଇଖାନା ଟାଙ୍କିରେ ପକାଇ ଦେଇଥିବା ସ୍ୱୀକାର କରିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଖୋଜାଖୋଜି କରି ସେମାନଙ୍କୁ ଟାଙ୍କିରୁ କଢ଼ାଯାଇଥିଲା।

- Advertisement -

ସୌଭାଗ୍ୟବଶତଃ ସରିତାଙ୍କ ଜୀବନ ଥିବାରୁ ତୁରନ୍ତ ଅଗ୍ନିଶମ ବିଭାଗ ଗାଡ଼ିରେ ତାଙ୍କୁ ବାମରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସୁନ୍ଦରଗଡ଼ ଜିଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛି। କିନ୍ତୁ ଦିଲୀପ ଓ ବିଶ୍ୱରାଜଙ୍କ ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ଶବ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ପଚରାଉଚୁରା ଜାରି ରଖିଥିବାବେଳେ ସେମାନଙ୍କ ଘରେ ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ସନାତନ ଟାଙ୍ଗିଆ ଓ ଖଟଖୁରାରେ ବଡ଼ଭାଇ, ଭାଉଜ ଓ ପୁତୁରାକୁ ଆକ୍ରମଣ କରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିବା ପୁଲିସ କହିଛି। ଘଟଣାର ତଦନ୍ତ ଜାରି ରହିଥିବାବେଳେ ଘର ଭିତରେ ପଡ଼ିଥିବା ରକ୍ତଛିଟାକୁ ଗୋବରରେ ଲିପି ଦିଆଯାଇଥିବା କୁହାଯାଉଛି। ତଦନ୍ତରେ ଏସଆଇ ଥୋମାସ କେର୍କେଟା ଓ ଏଚ୍‍କେ ମୁଣ୍ଡାରୀ, ଏସଆଇ ଯୋଗେଶ୍ୱର କିସାନ ଏବଂ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories