www.samajalive.in
Monday, December 8, 2025
20.1 C
Bhubaneswar

ମାନବ ଶରୀରରେ ‘କୋଭାକ୍‍ସିନ୍‍’ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ

ନାଗପୁର : ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ କୋଭିଡ୍‍-୧୯ ପ୍ରତିଷେଧକ କୋଭାକ୍‍ସିନ୍‍ର ମାନବ ଶରୀରରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମଙ୍ଗଳବାର ନାଗପୁରଠାରେ ଆରମ୍ଭ ହୋଇଛି। ହାଇଦ୍ରାବାଦ୍‍ ଭିତ୍ତିକ ଭାରତ ବାୟୋଟେକ୍‍ କୋଭିଡ୍‍-୧୯ପାଇଁ ଏହି ପ୍ରତିଷେଧକ ପ୍ରସ୍ତୁତ କରିଛି। ନାଗପୁରର ଗିଲୁରକର ହସ୍ପିଟାଲରେ ଏହି ପ୍ରତିଷେଧକର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରତିଷେଧକକୁ ୫୫ ଜଣ
ସ୍ୱେଚ୍ଛାସେବୀଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କର କିଛି ଅସୁବିଧା ହୋଇନଥିବାର ଜଣାପଡ଼ିଛି। ଏହି
ପ୍ରତିଷେଧକକୁ ମାନବ ଶରୀରରେ ପରୀକ୍ଷା କରିବାରେ ସେହି ହସ୍ପିଟାଲ୍‍ ଦ୍ୱିତୀୟ ସ୍ଥାନ ଅଧିକାର କରି ଏକ ବଡ଼ ସଫଳତା ହାସଲ କରିଛି।
ଗିଲୁରକର ହସ୍ପିଟାଲ୍‍ ନିର୍ଦ୍ଦେଶକ ଚନ୍ଦ୍ରଶେଖର ଗିଲୁରକର କହିଛନ୍ତି, ଯେଉଁ ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ପ୍ରଥମ ପର୍ଯ୍ୟାୟରେ ପ୍ରତିଷେଧକର
ପରୀକ୍ଷା କରାଯାଇଥିଲା ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯିବ ଓ ସେଥିରେ କେତେ ପରିମାଣର ଆଣ୍ଟିବଡି ରହିଛି ତାହା ଜାଣିବା ପାଇଁ
ସେଗୁଡ଼ିକୁ ପରୀକ୍ଷା ପାଇଁ ପଠାଯିବ।

ଏହି ପ୍ରତିଷେଧକର ମାନବ ଶରୀରରେ  ୨୮ ଦିନ, ୪୨ ଦିନ, ୧୦୪ ଦିନ ଓ ୧୯୪ ଦିନ ଅନ୍ତରରେ ପରୀକ୍ଷା କରାଯିବ। ସେମାନଙ୍କ ଶରୀରରେ ପ୍ରତ୍ୟେକ ଥର ପ୍ରତିଷେଧକ ପରୀକ୍ଷା କରାଯିବା ପରେ ସେମାନଙ୍କର ରକ୍ତନମୁନା ସଂଗ୍ରହ କରାଯାଇ ତାହାର ପରୀକ୍ଷା ପାଇଁ ପଠାଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories