ଚିକିତ୍ସା ପାଇଁ ଆମେରିକା ଗଲେ ପରିକର
ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ଚିକିତ୍ସା ପାଇଁ ମଙ୍ଗଳବାର ରାତିରେ ଆମେରିକା ଯାତ୍ରା କରିଛନ୍ତି। ପୂର୍ବରୁ ଅସୁସ୍ଥତା ଯୋଗୁଁ ପରିକର ଫେବୃଆରୀ ୧୫ରୁ ୨୨ ପର୍ଯ୍ୟନ୍ତ ମୁମ୍ବଇର ଲୀଳାବତୀ ହାସପାତାଳରେ ଚିକିତ୍ସିତ ହୋଇଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନଥିବାରୁ ବର୍ତ୍ତମାନ ସେ ଆମେରିକା ଯାତ୍ରା କରିଛନ୍ତି ବୋଲି ତାଙ୍କର ବ୍ୟକ୍ତିଗତ ସଚିବ ଗଣମାଧ୍ୟମକୁ ଜଣାଇଛନ୍ତି। ତାଙ୍କର ଅନୁପସ୍ଥିତିରେ ଗୋଆରେ ଶାସନ କାର୍ଯ୍ୟ ଚଳାଇବାକୁ ପରିକର ଏକ ତିନିଜଣିଆ କମିଟି ଗଠନ କରିଛନ୍ତି।