www.samajalive.in
Wednesday, December 10, 2025
23.1 C
Bhubaneswar

ମାଲବାହୀ ଟ୍ରକ ଚାପାରେ ୧୩ ଗାଈ ମୃତ, ୧୨ ଆହତ

ଟାଙ୍ଗୀ (ଖୋର୍ଦ୍ଧା): ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା କଇଥପଲ୍ଲା ଛକ ନିକଟରେ ରବିବାର ରାତ୍ରିରେ ମାଲବାହୀ ଟ୍ରକ ଚାପାରେ ୧୩ ଗାଈ ମୃତ୍ୟୁବରଣ କରିଥିବା ବେଳେ ୧୨ ରୁ ଅଧିକ ଗାଈ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ନ ଅଟକି ପଳାଇଯାଇଥିବା ଖବର ମିଳିଛି । ଶବ ଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ପଡି ରହିଥିବା ବେଳେ ଗୁରୁତର ଭାବେ କ୍ଷତବିକ୍ଷକ୍ତ ହୋଇଥିବା ଗାଈ ଗୁଡିକ ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରତ୍ୟକ୍ଷଦର୍ଶୀମାନଙ୍କ ସୂତ୍ରରୁ ପ୍ରକାଶ । ଆଉ କେତେକ ଗାଈଙ୍କର ପତା ମିଳୁନଥିବା ଶୁଣାଯାଉଛି । ଏହି ସବୁ ଗାଈ ଗୁଡିକ ସ୍ଥାନୀୟ ଅଂଚଳ ଲୋକଙ୍କର ବୋଲି ଜଣାପଡିଛି । କଇଥପଲା ଗ୍ରାମବାସୀଙ୍କ ତରଫରୁ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରକାଶ ଯେ, ଦୁଇଟି ଆନ୍ଧ୍ରଟ୍ରକ ଏପରି ଦୁର୍ଘଟଣା ଘଟାଇଛନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଗାଈ ସବୁ ଏଠାରେ ରହୁଥିବା ସେ ପ୍ରକାଶ କରିଥିଲେ । ମାତ୍ର ଏହା ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ । ସମୟ ଥିଲା ଗୃହପାଳିତ ପ୍ରାଣୀମାନେ ଚରିବୁଲି ସଂଧ୍ୟାରେ ଘରକୁ ନ ଫେରିଲେ ସେମାନଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ଗୃହସ୍ୱାମୀ ରାତ୍ରିଭୋଜନ କରୁନଥିଲେ । ସମୟ ବଦଳି ଯାଇଛି । ଏବେ ଗୃହପାଳିତ ପ୍ରାଣୀମାନେ ବିଭିନ୍ନ ରାସ୍ତା ଉପରେ ଶୋଇ ରହୁଥିବା ହେତୁ ନିୟମିତ ଭାବେ ଏପରି ଦୁର୍ଘଟଣା ଘଟିବାରେ ଲାଗିଛି । ପ୍ରାଣୀଚିକିତ୍ସା ସହାୟକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘଟଣାସ୍ଥଳରେ ପହଂଚି କ୍ଷତାକ୍ତ ପ୍ରାଣୀଙ୍କର ଚିକିତ୍ସା କରିଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories